Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସଲାମିକ ଆତଙ୍କବାଦୀ ଆକ୍ରମଣକୁ ଆଉ ଅଧିକ ସମୟ ସହ୍ୟ କରିପାରିବା ନାହିଁ – ଟ୍ରମ୍ପ

ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଦୃଢମନ୍ତବ୍ୟ ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କଟ୍ଟରପନ୍ଥୀ ଇସଲାମିକ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅତ୍ୟନ୍ତ ଜରୁରୀ ।

ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଦୃଢମନ୍ତବ୍ୟ ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କଟ୍ଟରପନ୍ଥୀ ଇସଲାମିକ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅତ୍ୟନ୍ତ ଜରୁରୀ ।

ଟ୍ରମ୍ପ ଗୁରୁବାର ଟୁଇଟ୍ କରି କହିଛନ୍ତି, “ଫ୍ରାନ୍ସର ଲୋକଙ୍କ ସହ ଆମର ସମବେଦନା ରହିଛି। ଆତଙ୍କବାଦ ବିରୋଧରେ ଲଢେଇରେ ଆମେରିକା ତାର ସର୍ବ ପୁରାତନ ସହଯୋଗୀ ସହ ଛିଡା ହୋଇଛି । ଏହିପରି ଆକ୍ରମଣକୁ ଅଧିକ ସମୟ ସହ୍ୟ କରିପାରିବା ନାହିଁ। “

ଆମେରିକାର ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆହୁରି ଜୋରଦାର ବିରୋଧ କରିଛନ୍ତି । ଆଜି ଫ୍ରାନ୍ସର ନିସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣକାରୀଙ୍କ ଦ୍ୱାରା ଛୁରାମାଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଗତ ଦୁଇ ମାସ ମଧ୍ୟରେ ଫ୍ରାନ୍ସରେ ଏହା ହେଉଛି ତୃତୀୟ ଆକ୍ରମଣ । ନୋଟ୍ରଡ୍ରମ୍ ଚର୍ଚ୍ଚ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ ସହ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Tags
Show More

Related Articles

Back to top button
Close