Breaking PLUSବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ରାଜରାସ୍ତାରେ ଓଲିଉଡ୍ ଅଭିନେତା ବାବୁସାନଙ୍କ ଘର କଳି

ପଦାରେ ପଡ଼ିଲା ଓଡିଆ ଷ୍ଟାର ବାବୁସାଲଙ୍କ ଘର କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ ତାଙ୍କ ପତ୍ନୀ ଝଗଡ଼ା କରୁଥିବା  ଭିଡିଓରେ ଦେଖିବାକୁ ମିଳିଛି। ବାବୁସାନଙ୍କ ସହ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମଧ୍ୟ ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଛନ୍ତି। ରାସ୍ତା ଉପରେ ଝଗଡ଼ା କରୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଅଧିକ ଝଗଡ଼ା ହେବାରୁ ଗାଡିରୁ ଓହ୍ଲାଇ ପ୍ରକୃତି ମିଶ୍ର ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ପ୍ରକୃତି ମିଶ୍ରଙ୍କୁ ଧକ୍କା ଦେଉଥିବା ମଧ୍ୟ ନଜର ଆସିଛି। ଖବର ଲେଖାଯିବା ସୁଦ୍ଧା ଏନେଇ କୌଣସି ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Show More

Related Articles

Back to top button