ମନୋରଞ୍ଜନ

ଶେଷ ଥର ପାଇଁ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିବ ସିଡନାଜ୍ ଯୋଡିକୁ : ଭାଇରାଲ୍ ହେଉଛି ଫଟୋ

୪୦ ବର୍ଷୀୟ ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି ।

ହେଲେ ଫ୍ୟାନ୍ସ ଓ ତାଙ୍କ ଫ୍ୟାମିଲି ତାଙ୍କୁ ଏବେ ବି ଝୁରୁଛନ୍ତି । ସିଦ୍ଧାର୍ଥ ‘ବିଗ୍ ବସ୍ ୧୩’ ବିଜେତା ହେବା ପରଠୁ ସଫଳତାର ସିଡି ଚଢ଼ି ଚଢ଼ି ଯାଉଥିଲେ ।, ହେଲେ ଏହି ସଫଳତାକୁ ଉପଭୋଗ କରିବାକୁ ସେ ଆଉ ଏ ଦୁନିଆରେ ନାହିଁନ୍ତି । ତେବେ ସିଦ୍ଧାର୍ଥ ଓ ତାଙ୍କ ଲେଡି ଲଭ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ଆଗାମୀ ଆଲବମ ହାବିଟ୍ (Habit) ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଶେହନାଜଙ୍କ ସହ ଆଉ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ ସିଦ୍ଧାର୍ଥ । ତେବେ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ଏହି ଗୀତ ‘ହାବିଟ୍’ର ଏକ ଅଂଶ ଥିଲା । ଏହି ଯୋଡ଼ି, ଯାହା ଏ ପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । ‘ସିଡନାଜ୍’ ଯୋଡ଼ିର ପାଗଳ ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଶେଷ ଥର ପାଇଁ ଏକାଠି ଦେଖିବାକୁ ଅନୁରୋଧ କରିଛନ୍ତି ..ମ୍ୟୁଜିକ୍ ଭିଡିଓର ବିଟିଏସ୍ ପିକ୍ଚର୍ସ ଫଟୋଗ୍ରାଫର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଉଭୟଙ୍କ ଫଟୋ ଶେୟାର ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ପ୍ରଶଂସକମାନେ ମଧ୍ୟ ଏହି ଟ୍ରାକ୍ ରିଲିଜ୍ କରିବାକୁ ଅନୁରୋଧ କରୁଛନ୍ତି । ଏହି ବିଟିଏସ୍ ଫଟୋ ଗୁଡ଼ିକ ସିଦ୍ଧାର୍ଥ ଶୁକ୍ଲା ଓ ଶାହନାଜ ଗିଲ୍ ରୋମାଣ୍ଟିକ ଅନ୍ଦାଜ ଦେଖି ଇମୋସନାଲ ଫ୍ୟାନ୍ସମାନେ ହୋଇପଡ଼ିଛନ୍ତି । ବିଗ ବସ ୧୩’ରେ ସେ ଶେହନାଜଙ୍କ ସହ ରିଲେଶନରେ ଆସିଥିଲେ । ଦୁଇଜଣଙ୍କୁ ପ୍ରାୟତଃ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥାଏ । ସବୁବେଳେ ବିନ୍ଦାସ ରହୁଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏବେ ଭାଙ୍ଗି ପଡ଼ିଛନ୍ତି ।

Show More

Related Articles

Back to top button