ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଦିନେ ନିଶ୍ଚୟ ପିଅନ୍ତୁ ଦହି ସରବତ

ମିଳିବ ଆଶ୍ଚର୍ଯ୍ୟଜନକ ଲାଭ-

ଖରାର ପ୍ରଭାବ ଆରମ୍ଭ ହୋଇ ସାରିଛି। ଏହି ଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ସାଧାରଣତଃ ଗାଈର ଖିରରୁ ଘିଅ, ଲହୁଣି ଓ ଦହି ପ୍ରସ୍ତୁତ ହୋଇଥାଏ। ଖରାଦିନରେ ବିଶେଷ କରି ଦହି ଓ ଦହି ସରବତ ପିଇବା ଖୁବ ଲାଭଦାୟକ। ଜାଣନ୍ତୁ ଦହି ସରବତ ପିଇବାର ଉପକାରୀ ଗୁଣ ବିଷୟରେ।
୧- ଖରାଦିନରେ ଦହି ପିଇବା ଦ୍ୱାରା ପେଟ ଥଣ୍ଡାସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
୨- ଯେଉଁମାନଙ୍କ ଅନିଦ୍ରା ଜନିତ ସମସ୍ୟା ରହିଛି, ସେମାନେ ଦହି ପିଇବା ଖୁବ ହିତକାରକ।
୩- ଦହିରେ ଉତ୍ତମ ବ୍ୟାକ୍ଟେରିଆ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଖାଦ୍ୟ ହଜମ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
୪- ଯେଉଁମାନଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହୁଛି, ସେମାନେ ଦହି ସହ ଜୁଆଣୀ ମିଶାଇ ପିଇବା ବେଶ ଲାଭଦାୟକ।

୫- ପେଟ ସଫା ରଖିବା ପାଇଁ ଦହି ସରବତରେ ପୁଦିନାପତ୍ର ମିଶାଇ ପିଅନ୍ତୁ।
୬- ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି, ସେମାନେ ନିୟମିତ ଜିରାଗୁଣ୍ଡକୁ ଦହିରେ ମିଶାଇ ପିଅନ୍ତୁ।
୭- ନିୟମିତ ଖରାଦିନରେ ଗୋଟେ ଗ୍ଲାସ ଦହି ସରବତ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ।
୮- ଦହି ସରବତରେ ଭିଟାମିନ ସି, ଏ, ଇ ଓ ବି ରହିଛି। ଯାହା ଶାରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ।

Show More

Related Articles

Back to top button