
କରୋନା ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲାଣି । କରୋନା ଭାଇରସ୍ର ପ୍ରଥମ ତିନୋଟି ଲହର ସମୟରେ ଲୋକମାନେ ମହାମାରୀରୁ ନିଜକୁ ସୁରକ୍ଷା ଦେବା ପାଇଁ ଅନେକ ଇମ୍ୟୁନିଟି ବୁଷ୍ଟର ସେବନ କରିଥିଲେ । ବର୍ତ୍ତମାନ ଯେହେତୁ କୋଭିଡ୍ ମାମଲା ପୁଣି ଥରେ ବଢିବାରେ ଲାଗିଛି ତେଣୁ ଆପଣ କିଛି ଡ୍ରିଙ୍କ୍ସ ପ୍ରସ୍ତୁତ କରିପାରିବେ । ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହେବ ।
ସାମଗ୍ରୀ :
୧/୨ ଚାମଚ ଲେମ୍ବୁ
ବରଫ ଖଣ୍ଡ
୨୦୦ ଗ୍ରାମ ବିଲାତି
୨୦୦ ଗ୍ରାମ ଗାଜର
୫୦ ଗ୍ରାମ ସେଓ
ସ୍ବାଦ ଅନୁସାରେ ଲୁଣ
ଘରେ ତିଆରି କରିବାର ପ୍ରଣାଳୀ :
ବିଲାତି ଗୁଣ୍ଡକୁ ଛାଣି ଦିଅନ୍ତୁ ।
ସେଓ ଏବଂ ଗାଜରକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ ।
ଏବେ ଏହି ତିନୋଟିର ରସ ବାହାର କରନ୍ତୁ ।
ତାପରେ ଭଲ ଭାବରେ ମିଶାନ୍ତୁ ।
ଏବେ ଫାଇବର ବାହାର କରିବା ପାଇଁ ଛାଣି ଦିଅନ୍ତୁ ।
ଏହା ଉପରେ ଲେମ୍ବୁ ରସ ପକାନ୍ତୁ ।
ଲୁଣ ମିଶାଇ ଏକ ଗ୍ଲାସରେ ପରଷନ୍ତୁ ।