Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣା ନେଲା ତିନି ଜୀବନ

ଅନୁଗୁଳ-ଦୁର୍ଘଟଣା ନେଲା 3 ଜୀବନ । ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରେ ଯାଉଥିବା ବେଳେ ଟ୍ରକ ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ୩ଜଣ ଯୁବକ ବାଇକରେ ଅନୁଗୋଳ ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ଜୀବନ ଚାଲିଯାଇଛି। ମୃତକ ୩ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଟ୍ରକ ଡ୍ରାଇଭର ଫେରାର ହୋଇଛି। ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ।

Show More

Related Articles

Back to top button