ଦେଶସ୍ୱାସ୍ଥ୍ୟ

ଦୂଷିତ ପାଣି ନେଲା ଛାତ୍ରଙ୍କ ଜୀବନ,୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର

ଦୂଷିତ ପାଣି ନେଲା ଛାତ୍ରଙ୍କ ଜୀବନ । ହଷ୍ଟେଲ୍‌ରେ ଦୂଷିତ ପାଣି ପିଇ ନୀଟ୍‌ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ କୋଟା ସହର ଜୱାହାର ନଗର ଅଞ୍ଚଳରେ । ସମସ୍ଥ ଅସୁସ୍ଥମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବୈଭବ ରୟ ନାମକ ଜଣେ ୧୮ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହଷ୍ଟେଲ୍‌ରେ ଥିବା ବେଳେ ହଠାତ୍ କିଛି ଛାତ୍ର ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବେଳେ କିଛି ଛାତ୍ରଙ୍କୁ ହେପାଟିକ୍ ଏନସେଫାଲୋପାଥି ହୋଇଥିବା ଜଣାପଡ଼ିଥିଲା। ଅଧିକାଂଶ ଛାତ୍ର ଏଥିରେ ସଂକ୍ରମିତ ହୋଇଥିବା ଡାକ୍ତରୀ ପରୀକ୍ଷାରେ ଜଣାପଡ଼ିଛି।

ଏହାପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଛାତ୍ରମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି। ଏନେଇ କୋଟା ଚିଫ୍‌ ମେଡିକାଲ ଅଫିସର ଜଗଦିଶ ସୋନି କହିଛନ୍ତି ‘ ହଷ୍ଟେଲ୍‌ରେ ଖାଦ୍ୟ ଓ ପାଣିର ଯାଞ୍ଚ କରାଯାଇଛି। ଯେଉଁ ଛାତ୍ରମାନେ ଅସୁସ୍ଥ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟ କିଛି ଲୋକ ବି ହେପାଟିକ୍ ଏନସେଫାଲୋପାଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦୂଷିତ ପାଣି ବ୍ୟବହାର କରିଥିବାରୁ ଏପରି ହୋଇଥିବା ଡାକ୍ତରମାନେ କହିଛନ୍ତି।

 

Show More

Related Articles

Back to top button