Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନାରେ ଲାଗୁଛି ବ୍ରେକ୍, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 55,838 ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ଧିରେ ଧିରେ ଥମୁଛି ମହାମାରୀ କରୋନାର ଆତଙ୍କ । ପ୍ରତ୍ୟେକ ଦିନ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିଲେ ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା 77 ଲକ୍ଷ ଅତିକ୍ରମ କରିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 55,838 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 702 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହା ସହ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ମାମଲା 77,06,946 ରେ ପହଁଞ୍ଚିଛି, ସେଥିମଧ୍ୟରୁ ବର୍ତ୍ତମାନ 7,15,812 ଟି ସକ୍ରିୟ ରୋଗୀ ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏବଂ 68,74,518 ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି, ଯେଉଁମାନେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଥିସହ ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା 1,16,616 ରେ ପହଁଞ୍ଚିଛି  ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ ଦେଶରେ ଅକ୍ଟୋବର 21 ପର୍ଯ୍ୟନ୍ତ ମୋଟ 9,86,70,363 ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ବୁଧବାର 14,69,984 ନମୁନା ପରୀକ୍ଷା କରାଯାଇଥିଲା। ଭାରତ ସେହି ଅଳ୍ପ କେତେକ ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ପ୍ରତିଦିନ ବହୁ ସଂଖ୍ୟକ ଅନୁସନ୍ଧାନ କରାଯାଉଛି | ଉନ୍ନତ ଲାବୋରେଟୋରୀ ଏବଂ ଅନ୍ୟାନ୍ୟ ସୁବିଧା ମାଧ୍ୟମରେ ଦେଶରେ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦିଆଯାଇଛି |

Show More

Related Articles

Back to top button