Breaking PLUSଦେଶମୁଖ୍ୟ ଖବର

ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି

ଲକ୍ଷ୍ନୌ- ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି। । ଉତ୍ତରପ୍ରଦେଶରେ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ତାଜମହଲ ସମେତ ଅନେକ ଐତିହାସିକ କଳାକୃତି କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଯୋଗୁ ତାଜମହଲର ମୁଖ୍ୟ ଗମ୍ବୁଜରେ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ନିରୀକ୍ଷଣ ଆରମ୍ଭ ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ଜଳାର୍ଣ୍ଣବ ହୋଇଯାଇଛି।

Show More

Related Articles

Back to top button