Breaking PLUSଓଡ଼ିଶାମୁଖ୍ୟ ଖବର

ପକ୍ଷୀଙ୍କ ଶରୀରରେ ଲାଗିଲା ଟ୍ରାନ୍ସମିଟର

ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ବାରମ୍ବାର ପ୍ରୟାସ କରାଯିବା ସତ୍ତ୍ବେ କିଛି ପକ୍ଷୀଙ୍କ ଆଗମନ ସ୍ଥଳ ସମ୍ପର୍କରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କୌଣସି ଖବର ପାଇପାରୁ ନାହିଁ। ଯେଉଁଥିପାଇଁ ବିଭାଗ ଏଥର ଅଭିନବ ପନ୍ଥା ଆପଣାଇଛି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି।

Show More

Related Articles

Back to top button