Breaking PLUSଦେଶମୁଖ୍ୟ ଖବର

ପୂର୍ବ ସରକାର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଆବଶ୍ୟକତାକୁ ଟୁକୁଡାରେ ଦେଖୁଥିଲା-ପିଏମ ମୋଦି

ଗତ 10 ବର୍ଷରେ ଭାରତରେ ଦୁଗ୍ଧ ଉତ୍ପାଦନ ପ୍ରାୟ 60 ପ୍ରତିଶତ ବଢିଛି
ଅହମଦାବାଦ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ସରକାରକୁ ନିଶାନା ସାଧି କହିଛନ୍ତି ଯେ, ପୂର୍ବ ସରକାରରେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଆବଶ୍ୟକତାକୁ ଟୁକୁଡାରେ ଦେଖୁଥିଲା । ଆମେ ଗାଁର ପ୍ରତି ଦିଗକୁ ପ୍ରାଥମିକତା ଦେଇ କାମକୁ ଆଗକୁ ବଢାଉଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅହମଦାବାଦରେ ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ)ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କୁ ଶକ୍ତିଦାତା ତଥା ସାରଦାତା କରିବା ଉପରେ ସରକା ଗୁରୁତ୍ୱ ଦେଉଛନ୍ତି । ସେ କହିଛନ୍ତି ଯେ ଆମର ଧ୍ୟାନ ହେଉଛି କ୍ଷୁଦ୍ର ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା, ପଶୁପାଳନର ପରିସର ବିସ୍ତାର କରିବା, ପଶୁମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ପଶୁପାଳନ ସହିତ ଗ୍ରାମରେ ମତ୍ସ୍ୟଚାଷ ଏବଂ ମହୁମାଛି ପାଳିବାକୁ ପ୍ରୋତ୍ସାହିତ କରିବା ।ମହାତ୍ମା ଗାନ୍ଧୀଙ୍କ ବକ୍ତବ୍ୟ ସ୍ମରଣ କରି ପିଏମ ମୋଦି କହିଛନ୍ତି ଯେ, ଭାରତର ଆତ୍ମା ଗାଁରେ ରହିଥାଏ । ବିକଶିତ ଭାରତ ନିର୍ମାଣ ପାଇଁ ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥା ସଶକ୍ତ ହେବା ଜରୁରୀ ।
ସେ କହିଛନ୍ତି ଆମେ ପ୍ରଥମ ଥର ପଶୁପାଳକ ଓ ମତ୍ସ୍ୟଜୀବୀଙ୍କୁ ମଧ୍ୟ କିଷାନ କ୍ରେଡିଟ କାର୍ଡର ସୁବିଧା ଦେଇଛୁ । ଚାଷୀଙ୍କୁ ଏଭଳି ଆଧୁନିକ ବୀଜ ଦିଆଯାଇଛି, ଯାହାକି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରିବ । ବିଜେପି ସରକାର ଜାତୀୟ ଗୋକୁଳ ମିଶନ ପରି ଅଭିଯାନ ମାଧ୍ୟମରେ ଦୁଗ୍ଧ ପଶୁମାନଙ୍କର ପ୍ରଜାତିର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବାରେ ଆମେ କୌଣସି କାମ ଛାଡି ନାହୁଁ। ସରକାର ସାରା ଦେଶରେ 60,000 ରୁ ଅଧିକ ଅମୃତ ସରୋବର ସୃଷ୍ଟି କରିଛନ୍ତି। ଏହି ପଦକ୍ଷେପ କେବଳ ଚାଷୀଙ୍କୁ ଉପକୃତ କରିବ ନାହିଁ ବରଂ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ମଜବୁତ କରିବ।

Show More

Related Articles

Back to top button