Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅତିଥି ଦେଖିବେ ଭାରତୀୟ କଳା ଓ ସଂସ୍କୃତି, ଉଦଘାଟିତ ହେବ ରୁଟ୍‌ସ ଆଣ୍ଡ ରୁଟ୍‌ସ ପ୍ରଦର୍ଶନୀ

ନୂଆଦିଲ୍ଲୀ: ଅତିଥି ଦେଖିବେ ଭାରତୀୟ କଳା ଓ ସଂସ୍କୃତି । ଜାଣିବେ ଭାରତୀୟ ପରମ୍ପରାର ଆଧାର ଓ ସଭ୍ୟତାର କଥା । ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଜି-20 ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ରାଷ୍ଟ୍ର ମୁଖ୍ୟ, ପ୍ରତିନିଧି ଓ ତାଙ୍କ ପତ୍ନୀଙ୍କ ପାଇଁ ଜାତୀୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରୁଟ୍‌ସ ଆଣ୍ଡ ରୁଟ୍‌ସ ଏବଂ କଣ୍ଟିନ୍ୟୁଅସ ନାମକ ପ୍ରଦର୍ଶନୀ ଜରିଆରେ ଅତିଥିମାନେ ଭାରତର 5ହଜାର ବର୍ଷ ପୁରୁଣା ସଭ୍ୟତା ଓ ସଂସ୍କୃତିର ନିଆରା ଯାତ୍ରା ଦେଖିପାରିବେ । ଶନିବାର ଏହି କାର୍ଯ୍ୟକ୍ରମର ଉଦଘାଟନ ହେବ । ଯେଉଁଥିରେ କି ସିନୌଲୀରୁ ମିଳିଥିବା ରଥ, ସିନ୍ଧୁ ସରସ୍ୱତୀ ସଭ୍ୟତା ଓ ସଂସ୍କୃତି ସହିତ ଅତିଥିମାନଙ୍କୁ ପରିଚିତ କରାଯିବ । ପୁରାତାତ୍ତ୍ୱିକ କଳାକୃତି, ସାହିତ୍ୟ, ମୁଦ୍ରାଶାସ୍ତ୍ର, ପୁରାଲେଖ ଓ ଚିତ୍ର ମାଧ୍ୟମରେ ଏହି ପ୍ରଦର୍ଶନୀ ପ୍ରଦର୍ଶିତ ହେବ ।

ଏନଜିଏମଏରେ ଆୟୋଜିତ ଏହି ପ୍ରଦର୍ଶନୀ ରୁଟ୍‌ସ ଆଣ୍ଡ ରୁଟ୍‌ସର କ୍ୟୁରେଟର ରାଗବେନ୍ଦ୍ର ସିଂହ କହିଛନ୍ତି ଯେ, ଏହା ପ୍ରସ୍ତୁତ କରିବାକୁ ତାଙ୍କୁ 9ମାସ ସମୟ ଲାଗିଥିଲା । ଏଥିପାଇଁ ଦେଶର କୋଣ ଅନୁକୋଣୁ ଐତିହାସିକ ଓ ପୁରାତତ୍ୱ ମହତ୍ତ୍ୱ ରଖୁଥିବା ବସ୍ତୁ ଅଣାଯାଇଛି । ଅମରାବତୀ, ଗାନ୍ଧାର, ଚଣ୍ଡିଗଡ ସଂଗ୍ରହାଳୟ, କୋଲକାତା ସଂଗ୍ରହାଳୟ ସହିତ ଜାତୀୟ ସଂଗ୍ରହାଳୟରୁ ଐତିହାସିକ ସାମଗ୍ରୀ ଅଣାଯାଇଛି । ଭାରତର 5ହଜାର ବର୍ଷ ପୁରୁଣା ଇତିହାସକୁ ପ୍ରାଚୀନ ମାଧ୍ୟମ ଥିମ ଆଧାରରେ କ୍ୟୁରେଟ କରାଯାଇଛି ।ଏହି ପ୍ରଦର୍ଶନୀ ଜି-20 ପ୍ରାଥମିକତାର ଅନୁରୂପ ଅଟେ ।
ଏହି ପ୍ରଦର୍ଶନୀର ନାମ ରହିଛି ରୁଟ୍‌ସ ଆଣ୍ଡ ରୁଟ୍‌ସ । ଏଥିରେ ଆମ ସମୃଦ୍ଧ ଓ ବିଶାଳ ସଂସ୍କୃତି ଓ ସାଂସ୍କୃତିକ ମହତ୍ତ୍ୱ ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ଜରିଆରେ ଆମେ ବଖାଣିବୁ ଆମ ସଂସ୍କୃତିର କାହାଣୀ । ଏଥିରେ ସିନୌଲୀ ରଥର କାହାଣୀ ଯାହା ଆମକୁ 4ହଜାରରୁ 5ହଜାର ବର୍ଷ ପଛକୁ ନେଇଯିବ । ସେହିପରି ସିନ୍ଧୁ, ସରସ୍ୱତୀ ସଭ୍ୟତା, ନାଳନ୍ଦାର ଇତିହାସ, ପୁରୁଣା କିଲ୍ଲା ସହିତ ଅନେକ ସ୍ଥାନର ମ୍ୟୁଜିୟମରୁ ଖୋଳି ବାହାର କରାଯାଇଥିବା ସାମଗ୍ରୀ ପ୍ରଦର୍ଶିତ କରାଯିବ । ସଂସ୍କୃତି ମନ୍ତ୍ରାଳୟର ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ଅଟେ ।

Show More

Related Articles

Back to top button