Breaking PLUSଦେଶମୁଖ୍ୟ ଖବର
ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ଇଡି ୨ୟ ଥର ପାଇଁ ସମନ କରିବା ପରେ ନିଜ ବାସଭବନରୁ ଚାଲିଚାଲି ଆସି ଇଡି କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ଶିଳ୍ପପତି ରବର୍ଟ ଭଦ୍ରା । ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ପୂର୍ବରୁ ଏପ୍ରିଲ ୮ ତାରିଖରେ ସମନ କରିଥିଲା ମାତ୍ର ସେ ହାଜର ହୋଇନଥିଲେ । କିନ୍ତୁ ଆଜି ୨ୟ ଥର ପାଇଁ ସମନ କରିବା ପରେ ହାଜର ପାଇଁ ଆସିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା।