Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ସରୁଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଆଜି ସରୁଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସେ ସଫଳତାର ସହ ଦାୟିତ୍ଵ ତୁଲାଇଛନ୍ତି। ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ରେ ସରୁଛି  ।

୨୦୧୮ ଡିସେମ୍ବର ୧୨ରେ ଉରଜିତ ପଟେଲଙ୍କ କାର୍ଯ୍ୟକାଳ ସରିବା ପରେ ଶକ୍ତିକାନ୍ତ ୨୫ତମ ଆର୍‌ବିଆଇ ଗଭର୍ଣ୍ଣର ହୋଇଥିଲେ। ୨୦୨୧ ଡିସେମ୍ବର ୧୦ରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ସରୁଥିବାବେଳେ ମାସକ ପୂର୍ବରୁ କେନ୍ଦ୍ର ସରକାର ତାହାକୁ ୩ ବର୍ଷ ପାଇଁ ବଢ଼ାଇଥିଲେ। ଫଳରେ ଆର୍‌ବିଆଇର ୯୦ ବର୍ଷର ଇତିହାସରେ ଶକ୍ତିକାନ୍ତ ସର୍ବାଧିକ ସମୟ ପାଇଁ ରହିଥିବା ଗଭର୍ଣ୍ଣର ହିସାବରେ ରେକର୍ଡ କରିଥିଲେ।

Show More

Related Articles

Back to top button