ଓଡ଼ିଶା
ଅଧ୍ୟାପକଙ୍କୁ ୟୁଜି/ପିଜି ଦାୟିତ୍ବ, ପରୀକ୍ଷା କିଭଳି ହେବ ତାହା ମନିଟରିଂ କରିବେ
ଅନଲାଇନ୍ ପରୀକ୍ଷା କିପରି ଶୃଙ୍ଖଳିତ ଭାବେ ହେବ ସେ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା

ମେଣ୍ଟରିଂ ସିଷ୍ଟମ ଲାଗୁ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ କଲେଜ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକମାନେ କିଛି କିଛି ପିଲାଙ୍କ ଦାୟିତ୍ବ ନେବେ ।ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା ଦେବେ ସେନେଇ ବୁଝିବେ । ଅନଲାଇନରେ ପରୀକ୍ଷା ଦେବା ପାଇଁ ଯଦି କୌଣସି ଛାତ୍ରଛାତ୍ରୀଙ୍କର ସମସ୍ୟା ଥାଏ, ସେମାନଙ୍କ ପାଇଁ ପାଖ କଲେଜରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯୁକ୍ତ ତିନ ଶେଷ ସେମିଷ୍ଟାର ଏବଂ ସ୍ନାତକର ଶେଷ ସେମିଷ୍ଟାର ପରୀକ୍ଷା ପ୍ରସ୍ତୁତି କେତେ ଆଗେଇଛି ଏବଂ କ’ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ଭିତରେ ସମସ୍ତ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।