Breaking PLUSଓଡ଼ିଶାମୁଖ୍ୟ ଖବର

ଲିଙ୍ଗିପୁର ଟ୍ରାଫିକ୍ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ଵର -ପୁରୀ ବାଇପାସ୍ ଲିଙ୍ଗିପୁର ଟ୍ରାଫିକ୍ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ୫ ଜଣ ଲୋକ ବାହାଘର ଭୋଜିରେ ଯୋଗ ଦେଇ କଟକରୁ ଫେରୁଥିଲେ। ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଦିଶୁନଥିଲା। ଭୁବନେଶ୍ଵର-ପୁରୀ ବାଇପାସ୍ ଲିଙ୍ଗିପୁର ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।  ପରେ ଖବର ପାଇ ଧଉଳି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି।

Show More

Related Articles

Back to top button