Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାରରୁ କମୁ ନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୯୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୪୨୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ କରୋନାରେ ଆଉ ୪୩ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୫୬୬ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୪୪୦, ବାଲେଶ୍ୱରରୁ ୩୯୭, ମୟୂରଭଞ୍ଜରୁ ୧୯୯, ଯାଜପୁରରୁ ୧୯୪, ପୁରୀରୁ ୧୭୫, ଭଦ୍ରକରୁ ୧୬୩, ଜଗତସିଂହପୁରରୁ ୧୩୦ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୪ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୪୭, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୨, ଗଞ୍ଜାମରୁ ୧୮, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୨୩, କେନ୍ଦୁଝରରୁ ୬୫, କୋରାପୁଟରୁ ୫୯, ମାଲକାନଗିରିରୁ ୭୧, ନବରଙ୍ଗପୁରରୁ ୩୯, ନୟାଗଡ଼ରୁ ୧୧୧, ନୂଆପଡ଼ାରୁ ୪, ରାୟଗଡ଼ାରୁ ୪୩, ସମ୍ବଲପୁରରୁ ୨୯, ସୋନପୁରରୁ ୧୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button