Breaking PLUSଦେଶମୁଖ୍ୟ ଖବର
ମୁମ୍ବାଇ ହୋର୍ଡିଂ ଅଘଟଣ, 14 ମୃତ

ମୁମ୍ବାଇ -ମୁମ୍ବାଇର ଘାଟକୋପର ଅଂଚଳରେ ହୋର୍ଡିଂ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା 14 ଛୁଇଁଛି । ସେହିପରି 88ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ମଙ୍ଗଳବାର ସକାଳ ଯାଏ ଫାୟାର ବ୍ରିଗେଡର ଯବାନ ପ୍ରାୟ 74ଜଣଙ୍କୁ ହୋର୍ଡିଂ ତଳୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆହଙ୍କ ମଧ୍ୟରୁ 43ଜଣଙ୍କୁ ରାଜାୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଆହତଙ୍କୁ ଡିସଚାର୍ଜ କରାଯାଇଛି । ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାତଳେ ଆହୁରି ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି । ଏହି ବେଆଇନ ହୋର୍ଡିଂର ମାଲିକ ଭାବେଶ ଭିଡେ ଓ ଇଗୋ ମିଡିଆ କମ୍ପାନୀ ବିରୁଦ୍ଧରେ ପନ୍ତନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ।