Breaking PLUSଦେଶମୁଖ୍ୟ ଖବର

ଓସ୍କାର ଦୌଡରେ ଅନୁଜା

ନୂଆଦିଲ୍ଲୀ: ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି।   ୧୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ। ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍‌ ନଟ୍ ଏ ରୋବଟ୍‌, ଦ ଲାଷ୍ଟ୍‌ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍‌ ନଟ୍‌ ରିମେନ୍ ସାଇଲେଣ୍ଟ୍‌।

Show More

Related Articles

Back to top button