ରାଜଧାନୀରେ ଏଟିଏମ ଲୁଟେରାଙ୍କୁ ଏନକାଉଣ୍ଟର

ଭୁବନେଶ୍ୱର ୯ ମାର୍ଚ୍ଚ – ରାଜଧାନୀରେ ଏଟିଏମ ଲୁଟେରାଙ୍କୁ ଏନକାଉଣ୍ଟର । ଆସୁ ଆସୁ ଆକ୍ସନ ମୋଡରେ ଡିସିପି ଜଗମୋହନ ମିନା । ଏଟିଏମ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଅନ୍ତଃରାଜ୍ୟ ଲୁଟେରା ଦୀପକ କୁମାର ସ୍ପେଶାଲ ସ୍କ୍ୱାର୍ଡର ଏନକାଉଂଟରରେ ଆହତ । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଏଟିଏମ ଲୁଟ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସକୁ ଦେଖି ପୋଲିସକୁ ଉପରକୁ ଗୁଳି ଚଳାଇଥିଲା ବେଳେ ପୋଲିସର ପାଲଟା ଏନକାଉଂଟର କରିଥିଲା । ଏନକାଉଂଟରରେ ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସରେ ଭର୍ତି କରିଛି ସ୍ପେଶାଲ ସ୍କ୍ୱାର୍ଡ । ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ରାଞ୍ଚି ପୋଲିସ ପାଇଁ ଦୀପକ ମୋଷ୍ଟ ୱାଣ୍ଟେଡ ଥିଲା । ପୂର୍ବରୁ ମହାରାଷ୍ଟ୍ର ଔରଙ୍ଗାବାଦ ପୋଲିସ ଏଟିଏମ ଲୁଟ ଘଟଣାରେ ଦୀପକ କୁମାରକୁ ଗିରଫ କରିଥିଲା । ଗତକାଲି ପୁରୀ ଅଞ୍ଚଳରେ ଏକ ଏଟିଏମ ଲୁଟ କରିଥିବା ତଦନ୍ତରୁ ଜାଣିବାକୁ ପାଇଛି କମିସନରେଟ ପୋଲିସ ।