
ସେଠାରୁ ଉଦ୍ଧାରକାରୀ ଦଳ ଆହୁରି ମୃତଦେହ ଉଦ୍ଧାର କରିଛନ୍ତି ଯାହା ଫଳରେ ମୃତକଙ୍କ ସଂଖ୍ୟା ବଢ଼ି ୧୧ରେ ପହଞ୍ଚିଛି, ସେହିପରି ଅନ୍ୟ ୪୦୦ ଜଣ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ପ୍ରବକ୍ତା ଅବଦୁଲ ମୁହରୀ କହିଛନ୍ତି ବର୍ତ୍ତମାନ ମିଳିଥିବା ମୃତଦେହ ଶୁକ୍ରବାର ସକାଳେ ପଶ୍ଚିମ ସୁମାତ୍ରାରେ ହୋଇଥିବା ୬.୨ ତିବ୍ରତାର ଭୂମିକମ୍ପ ଦ୍ୱାରା ଭୁସୁଡ଼ି ପଡି଼ଥିବା ଘରୁ ଉଦ୍ଧାର କରାଯାଇଛି। ସେ କହିଛନ୍ତି ପାସମାନ ଜିଲ୍ଲାରୁ ୬ଜଣ ଓ ପାସମାନର ପଡ଼ାଶୀ ଜିଲ୍ଲାରୁ ଅନ୍ୟ ୫ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ଏବେବି ୪ ଜଣ ଗ୍ରାମବାସୀଙ୍କୁ ଖୋଜୁଛନ୍ତି । ଏହି ଚାରିଜଣ ଗ୍ରାମବାସୀ ପାସମାନ ଜିଲ୍ଲାର ବୁକିଟ ଲିନଟାଙ୍ଗ ଗାଁର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଫଳରେ ପାହାଡ଼ରୁ ଖସିଥିବା ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହ କରଯାଉଛି ।
ମୁହରୀ କହିଛନ୍ତି ଭୂମିକମ୍ପ ଦ୍ୱାରା ପାଖାପାଖି ୪୦୦ ଲୋକ ଆହତ ହୋଇଛନ୍ତି । ଏହି ଭୂମିକମ୍ପର ପ୍ରଭାବ ମାଲେସିଆ ଓ ସିଙ୍ଗାପୁରରେ ମଧ୍ୟ ଅନୁଭୂତ ହୋଇଛି ଓ ଏବବି ୪୨ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେ ଆହୁରି କହିଛନ୍ତି ୧୩ ହଜାରରୁ ଅଧିକ ଲୋକ ଭୂମିକମ୍ପ ଫଳରେ ନିଜ ଘର ଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଚାଲିଯାଇଛନ୍ତି ଓ ୧ହଜାର ୪୦୦ରୁ ଅଧିକ ଘର ଓ କୋଠା ନଷ୍ଟ ହୋଇଯାଇଛି । ଇଣ୍ଡୋନେସିଆରେ ୨୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ଦ୍ୱୀପ ସବୁବେଳେ ଭୂମିକମ୍ପ, ଅଗ୍ନୀ ଉଦ୍ଗୀରଣ ଓ ସୁନାମି ଦ୍ୱାରା ପ୍ରଭାବିତ ହୋଇଥାଏ। କାରଣ ଏହି ସ୍ଥାନ ରିଙ୍ଗ ଅଫ ଫାୟାର ଓ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ।