Breaking PLUSଓଡ଼ିଶାମୁଖ୍ୟ ଖବର

ଦାନା ବାନ୍ଧୁଛି ବାତ୍ୟା

ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି ।କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି

୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏଯାଏ କିଛି ଆକଳନ କରାଯାଇନାହିଁ । ଆସନ୍ତାକାଲି ଆଡକୁ ଏନେଇ ଚିତ୍ର ସ୍ପଷ୍ଟ ହୋଇଯାଇପାରେ ବୋଲି ସୂଚନା ଦିଆଯାଇଛି ।ତେବେ ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତିକରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି । ବାତ୍ୟା ତୌତେ ପ୍ରଭାବରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।ସୂଚନାଯୋଗ୍ୟ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ବାତ୍ୟାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ବଡ ବଡ ଗଛ ସାଙ୍ଗକୁ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ସବୁ ଭାଙ୍ଗି ରାସ୍ତାରେ ଉପରେ ପଡିରହିଛି । ଏବେବି ଗୁଜୁରାଟରେ ବର୍ଷା ଲାଗିରହିଛି ।ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ନିରାପଦ ସ୍ଥାନକୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗୁଜରାଟରେ ପହଂଚିବା ପୂର୍ବରୁ ମହାରାଷ୍ଟ୍ରର ମୁମ୍ବାଇରେ ତାଣ୍ଡବ ରଚିଥିଲା ତାଉତେ । ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି ।

Show More

Related Articles

Back to top button