Breaking PLUSଓଡ଼ିଶାମୁଖ୍ୟ ଖବର

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, 19 ମେ –  ରାଜଧାନୀରେ ବାଂଲାଦେଶୀ ଚିହ୍ନଟ କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ସମସ୍ତ ଥାନାକୁ ଅବଗତ କରିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ କ୍ରାଇମ ମିଟିଂରେ ସବୁ ଥାନା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ପ୍ରତ୍ୟେକ ଥାନାରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାର ତଥ୍ୟ ବାହାର କରିବାକୁ କୁହାଯାଇଛି । ବିଶେଷ କରି ବାଂଲାଦେଶୀ ମାନେ ରାଜଧାନୀକୁ କେମିତି ଆସୁଛନ୍ତି, ଏଠାରେ ରହି କଣ କରୁଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ । ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯିବ । କାଗଜପତ୍ର ଦେଖାଇ ନପାରିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button