ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆପର ଗୁଜୁରାଟ ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦୀର୍ଘ ୩ ଘଣ୍ଟା ଅଟକ ରଖିବା ପରେ ଛାଡିଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗରେ ଫସିଥିବା ଆପର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦୀର୍ଘ ୩ ଘଣ୍ଟା ଅଟକ ରଖିବା ପରେ ଛାଡିଲା ଦିଲ୍ଲୀ ପୁଲିସ୍‌। ଆଜି ପୁଲିସ୍‌ ତାଙ୍କୁ ନ୍ୟାଶନାଲ କମିଶନ ଅଫ ୱମେନ ବା ଜାତୀୟ ମହିଳା ଆୟୋଗଙ୍କ ଦିଲ୍ଲୀ ଅଫିସ ନିକଟରୁ ଉଠାଇ ନେଇଥିଲା। ବିବାଦୀୟ ଶବ୍ଦ ପ୍ରୟୋଗ ଘଟଣାରେ ତାଙ୍କୁ କମିଶନ ଅଫିସ ପକ୍ଷରୁ ସମନ କରାଯାଇଥିଲା। ସେ ସମନ ଅନୁସାରେ ଆଜି ଅଫିସରେ ପହଞ୍ଚିବା ସହ ପ୍ରତିବାଦ କରିଥିଲେ। ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ତାଙ୍କୁ ଜେଲରେ ପୂରାଇ ଦେବାର ଧମକ ଦେବା ପରେ ଇଟାଲିଆଙ୍କୁ ପୁଲିସ୍‌ ନିକଟସ୍ଥ ସ୍ଥାନକୁ ଉଠାଇ ନେଇଥିଲା ବୋଲି ଆପ୍‌ ଅଭିଯୋଗ କରିଥିଲା। ଏହାକୁ ନେଇ ବାଦବିବାଦ ଚାଲିଥିବା ବେଳେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଛି। ଆସିବା ପରେ ଇଟାଲିଆ କହିଛନ୍ତି, “ମୋ କଥା ଶୁଣିବା ବଦଳରେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ପୁଲିସ୍‌କୁ ଡାକିଥିଲେ ଓ ମୋତେ ଥାନାକୁ ପଠାଇ ଦେଇଥିଲେ। ଏହା ପଟେଲ ସଂପ୍ରଦାୟ ବିରୋଧରେ ବିଜେପି ରଚନା କରୁଥିବା ଷଡ଼ଯନ୍ତ୍ରକୁ ଦର୍ଶାଉଛି। ସେମାନେ ଆମ ମଧ୍ୟରୁ ଅନେକଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ୍‌ ମଧ୍ୟ ସ୍ୱୀକାର କରିଛି ଯେ ମୋତେ ଅଟକ ରଖିବାକୁ ଉପରୁ ନିର୍ଦ୍ଦେଶ ମିଳିଥିଲା। ମୁଁ ଅଫିସରେ ପହଞ୍ଚିବା ପରେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ମୋତେ ଦୁର୍ବ୍ୟବହାର କରିଥିଲେ। ମୁଁ କେବଳ ହାତ ଯୋଡ଼ି ସେଠାରୁ ଚାଲି ଆସିଥିଲି। ଏହାପୂର୍ବରୁ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ଆପ୍‌ କର୍ମୀମାନେ ତାଙ୍କ ଅଫିସ ଆଗରେ ଭିଡ଼ ଜମାଇ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ଅଭିଯୋଗ କରିଥିଲେ। ଏହାପରେ ଇଟାଲିଆଙ୍କୁ ଅଟକ ରଖିଥିଲେ। ଏହି ଘଟଣାକୁ ନେଇ ଆପ୍‌ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।

 

Show More

Related Articles

Back to top button