Breaking PLUSଓଡ଼ିଶାମୁଖ୍ୟ ଖବର
‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ

କଟକରେ ସେକ୍ସଟର୍ସନ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ବିଦେଶୀ ନାଗରିକ ଗିରଫ । ନାଇଜେରିଆର ଜଣେ ନାଗରିକଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । କଟକର ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲା । ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆହୁରି ଟଙ୍କା ମାଗିଥିଲା । ହେଲେ ପୀଡିତ ବ୍ୟକ୍ତି ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡିଓକୁ ନାଇଜେରିଆର ନାଗରିକ ଜଣକ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା । ଯାହାଫଳରେ ସଂପୃକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍ ପୋଲିସ ।