Breaking PLUSଓଡ଼ିଶାମୁଖ୍ୟ ଖବର

ସକାଳୁ ସକାଳୁ ଘନ କୁହୁଡି ଅନୁଭୂତ

ସକାଳୁ ସକାଳୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। କିଛି ଘଣ୍ଟା ପାଇଁ ନା ରାସ୍ତା ଦିଶୁଛି ନା କିଛି ଜାଣି ହେଉଛି। ଗତକାଲି ଭଳି ଆଜି ବି ଭୁବନେଶ୍ଵର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁଡୁଡିର ଆସ୍ତରଣ ଦେଖିବାକୁ ମିଳିଛି। ବିଶେଷ ଭାବରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଏଭଳି ସ୍ଥିତି କିଛି ଦିନ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ , ଯାଜପୁର , କେନ୍ଦ୍ରାପଡା, କଟକ , ପୁରୀ , ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ , ଗଜପତି, ନବରଙ୍ଗପୁର , କୋରାପୁଟ , କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Show More

Related Articles

Back to top button