Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ବିଜାପୁରରେ ଏନକାଉଣ୍ଟରରେ 5 ନକ୍ସଲ ନିହତ

ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ଘେରାଉ କରିବାସହ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲାର ଆନ୍ତଃରାଜ୍ୟ ସୀମାରେ ଥିବା କରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସକାଳୁ ସକାଳୁ ସୁରକ୍ଷା ବାହିନୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ପାଲଟା ଜବାବରେ ଯବାନମାନେ ଗୁଳି କରି ୫ ମାଓବାଦୀଙ୍କୁ ନିପାତ କରିଛନ୍ତି।