Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି

ପୁରୀ- ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ପ୍ରତି ମାସର ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ। ଜାନୁଆରୀ ୩୧ ସୁଦ୍ଧା ନିଜ ସମ୍ପତ୍ତିର ତାଲିକା ଦାଖଲ କରିବେ। ସମ୍ପତ୍ତି ତାଲିକା ଦାଖଲ ନ କଲେ ଇନକ୍ରିମେଣ୍ଟ, ପଦୋନ୍ନତି ଓ ପ୍ରୋତ୍ସାହନ ରାଶି ମିଳିବ ନାହିଁ। ପ୍ରତ୍ୟେକ ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଥିବା ଜଣାପଡ଼ିଛି।

Show More

Related Articles

Back to top button