Breaking PLUSଓଡ଼ିଶାମୁଖ୍ୟ ଖବର
ଆଦିବାସୀ ଆବାସିକ ହଷ୍ଟେଲରେ 8 ମାସରେ 26 ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟର ଆଦିବାସୀ ଆବାସିକ ହଷ୍ଟେଲରେ ବଢିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଏହି ସଂଖ୍ୟା ଗତ ଆଠ ମାସରେ ୨୬ ରେ ପହଁଚିଛି । ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନ ନେଇ ଏସ୍ସି ଏସ୍ଟି ବିକାଶ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ପ୍ରଦାନ କରିଛନ୍ତି। ମୃତ ୨୬ ଜଣଙ୍କ ମଧ୍ୟରୁ ୬ ଜଣ ନିଜ ଜୀବନ ନେଇଥିଲେ। ଅନ୍ୟ ୨୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି। ପୂର୍ବରୁ ରାୟଗଡାରେ ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧା ପାଇବାରୁ ବଞ୍ଚିତ ହେଉଥିବାର ଖବର ରହିଛି । ସେମାନଙ୍କର ପାଠପଢା କ୍ଷେତ୍ରରେ ସମସ୍ୟାର ଖବର ମଧ୍ୟ ସାମ୍ନାକୁ ଆସିଛି ।