Breaking PLUSମୁଖ୍ୟ ଖବରସ୍ୱାସ୍ଥ୍ୟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ଓମିକ୍ରନରେ ଏଯାଏ ହୋଇନି ଗୋଟିଏ ବି ମୃତ୍ୟୁ

ବିଶ୍ୱର ୩୮ଟି ଦେଶରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ଚିହ୍ନଟ ହେଲାଣି । ହେଲେ ଏଯାଏ କୌଣସି ସ୍ଥାନରୁ ଏଥିଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିନାହିଁ । ଏନେଇ ଗତକାଲି ସୂଚନା ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍’ ସଂକ୍ରମଣ ୩ ନିୟୁତ ଟପି ଯାଇଥିବା ବ‌େଳେ ସଦ୍ୟତମ ଦେଶ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅଷ୍ଟ୍ରେଲିଆରେ ଉକ୍ତ ଭାରିଆଣ୍ଟର ସ୍ଥାନୀୟ ସଂକ୍ରମଣ ରିପୋର୍ଟ ହୋଇଛି ।

ଓମିକ୍ରନ୍‌ ଭାରିଆଣ୍ଟ କେତେଦୂର ସଂକ୍ରମଣଶୀଳ ତାହାର ନିର୍ଦ୍ଧାରଣ ନିମନ୍ତେ କିଛି ସପ୍ତାହ ଲାଗି ପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରାଇ କହିଛି । ଏଥିଯୋଗୁଁ ସାଙ୍ଘାତିକ ଅସୁସ୍ଥତା ସୃଷ୍ଟି ହେଉଛି କି ନାହିଁ ଓ ଏହାର ଚିକିତ୍ସା ଓ ଟିକାକରଣ କେତେଦୂର ଫଳପ୍ରଦ ହେଉଛି ତାହା ମଧ୍ୟ ଜଣାପଡ଼ି ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରୀକାଳୀନ ନିର୍ଦେଶକ ମାଇକେଲ୍‌ ରିୟାନ୍‌ କହିଛନ୍ତି, ସମସ୍ତେ ଆବଶ୍ୟକ କରୁଥିବା ଉତ୍ତର ସଂଗ୍ରହ କରିବାକୁ ଆମେ ଅପେକ୍ଷା କରିଛୁ । ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭିଆ କହିଛନ୍ତି, ‘ଡେଲ୍‌ଟା’ ଷ୍ଟ୍ରେନ୍‌ ଭଳି ‘ଓମିକ୍ରନ୍’ ମଧ୍ୟ ବୈଶ୍ୱିକ ଆର୍ଥିକ ସୁଧାରକୁ ମନ୍ଥର କରାଇବ ।

Show More

Related Articles

Back to top button