Breaking PLUSଓଡ଼ିଶାମୁଖ୍ୟ ଖବର
କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ
ଭୁବନେଶ୍ୱର- ଓଡ଼ିଶାର କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ, ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ।
ତାଲିମ ନେଲେ ୧୮ ଲକ୍ଷ, ନିଯୁକ୍ତି ପାଇଛନ୍ତି ମାତ୍ର ୧ଲକ୍ଷ । ବିଗତ ୧୦ ବର୍ଷରେ ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର, କିନ୍ତୁ ଚାକିରି ପାଇଛନ୍ତି ମାତ୍ର ୧ ଲକ୍ଷ ୫ହଜାର ୪୪୪ ପିଲା। ବିଧାନସଭାରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉତ୍ତର ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇଥିବା ବେଳେ ବିଗତ ପାଞ୍ଚ ବର୍ଷରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ ୫୪୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।