ଦେଶ ବିଦେଶବାଣିଜ୍ୟ

ବର୍ଷକରେ ପେଟ୍ରୋଲ ୨୦ ଓ ଡିଜେଲ ୧୫ଟଙ୍କା ହୋଇଛି ମହଙ୍ଗା

ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଐତିହାସିକ ସ୍ତରରେ ପହଞ୍ଚିଛି। ମୁମ୍ବାଇରେ ଶନିବାର ପ୍ରତି ଲିଟର ପେଟ୍ରୋଲ ୯୩ଟଙ୍କା ୪୯ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୩ଟଙ୍କା ୮୯ ପଇସା ମୂଲ୍ୟରେ ବିକ୍ରି ହେଉଛି। କେବଳ ମୁମ୍ବାଇ ନୁହେଁ ଦେଶର ଅନ୍ୟ ସହରାଞ୍ଚଳରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଇଁଛି

ଯାହାକୁ ପେଟ୍ରୋଲ ଓ ଡିଜେଲର ରେକର୍ଡ ସ୍ତର ବୋଲି କୁହା ଯାଉଛି।ଯଦି ଗତ ୨୦୨୦ ବର୍ଷର ଦର ସହ ଚଳିତ ବର୍ଷର ପ୍ରାରମ୍ବିକ ମାସ ଦରକୁ ତୁଳନା କରାଯାଏ ତେବେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୦ ଟଙ୍କା ବଢିଥିବା ବେଳେ ସମାନ୍ତରାଳରେ ଡିଜେଲ ଦରରେ ୧୫ ଟଙ୍କା ବୃଦ୍ଧି ହୋଇଛି। ଇଣ୍ଡିଆନ ଅଏଲ ୱେବ୍‌ ସାଇଟ୍‌ରେ ଗତବର୍ଷ ଫେବୃଆରୀ ମାସରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଯଥାକ୍ରମେ ୭୨.୬୮, ୭୫.୩୬, ୭୮.୩୪ ଓ ୭୫ଟଙ୍କା ୫୧ ପ୍ରତି ଲିଟର ବିକ୍ରି ହେଉଥିଲା। ସେହି ଅନୁସାରେ ୪ ମହାନଗରରେ ଡିଜେଲ ଯଥାକ୍ରମେ ୬୫.୬୮, ୬୮.୦୪, ୬୮.୮୪ ଓ ୬୯.୭୩ ଦରରେ ବିକ୍ରି ହେଉଥିଲା।

ଗତବର୍ଷ ମାର୍ଚ୍ଚ ମାସ ପରେ ତୈଳ କମ୍ପାନୀମାନେ ଇନ୍ଧନର ଦର ନିର୍ଦ୍ଧାରଣ କରିନଥିଲେ। ଦୀର୍ଘ ସମୟ ପରେ ତୈଳ ମୂଲ୍ୟ ସୁଧାର କରିବା ପରେ ଲଗାତାର ଦର ବଢିବଢି ଚାଲିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ଆଧାରରେ ଦେଶରେ ତୈଳ କମ୍ପାନୀମାନେ ମୂଲ୍ୟ ସୁଧାର କରୁଛନ୍ତି। ଯେଉଁଥିରେ ଭାରତୀୟ ମୁଦ୍ରା ସହ ଡଲାର ମୂଲ୍ୟର ମଧ୍ୟ ଆକଳନ ହେଉଛି।ଇଣ୍ଟରକଣ୍ଟିନେଣ୍ଟାଲ ଏକ୍ସଚେଞ୍ଜ (ଆଇସିଇ)ରେ ବ୍ରେଣ୍ଟ କ୍ରୁଡ ପ୍ରତି ବାରଲ ୫୫.୧୩ ଡଲାର ଦରରେ କାରବାର କରୁଥିବା ବେଳେ ନ୍ୟୁୟର୍କ ମାର୍କେଣ୍ଟାଇଲ ଏକ୍ସଚେଞ୍ଜ ( ନାୟ.ମେକ୍ସ) କ୍ରୁଡ ୱେଷ୍ଟ ଟେକ୍ସାସ ଇଣ୍ଟିରମିଡିଏଟ୍ (ଡବ୍ଲୁଟିଆଇ) ୫୧.୦୯ ଡଲାର ପ୍ରତି ଡଲାରରେ କାରବାର କରୁଛି। ଏଥିରୁ ଡବ୍ଲୁଟିଆଇ ୦.୯ ପ୍ରତିଶତ ଓ ବ୍ରେଣ୍ଟ କ୍ରୁଡ ୦.୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି। ଏଣୁ ଦେଶରେ ଇନ୍ଧନମୂଲ୍ୟ ଆହୁରି ବୃଦ୍ଧି ଆଶଙ୍କା କରାଯାଉଛି।

Show More

Related Articles

Back to top button