Breaking PLUSଦେଶ ବିଦେଶମୁଖ୍ୟ ଖବର

WHO ଏହି ସପ୍ତାହରେ କୋଭାକ୍ସିନକୁ ଦେଇପାରେ ମଞ୍ଜୁରୀ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ସପ୍ତାହରେ ଭାରତ ବାୟୋଟେକର ଆଣ୍ଟି-କରୋନାଭାଇରସ୍ ଟିକା କୋଭାକ୍ସିନକୁ ଦେଇପାରେ ମଞ୍ଜୁରୀ । ଏକ ସୂତ୍ରରୁ ଏହି ଖବର ଉଦ୍ଧୃତ ହୋଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ କୁ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିନାହିଁ । ଏଥିପାଇଁ ଭାରତ ବାୟୋଟେକ ଜୁଲାଇ ମାସରେ WHO ସହ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ତଥ୍ୟ ଉପଲବ୍ଧ କରାଇଥିଲା । ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ WHO ଏହି ସପ୍ତାହରେ କୋଭାକ୍ସିନ ଟିକାକୁ ଅନୁମତି ଦେଇପାରେ । ଜରୁରୀକାଳୀନ ବ୍ୟବହାର ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ବାରା ଏହି ଟିକାର ସମୀକ୍ଷା କରାଯାଉଥିଲା ।

କୋଭାକ୍ସିନ ହେଉଛି ସଂପୂର୍ଣ୍ଣ ଭାବେ ସ୍ଵଦେଶୀ ଟିକା । ସାଧାରଣ ଜନତାଙ୍କ ପାଇଁ ଏହି ଟିକା ଉପଲବ୍ଧ ହୋଇସାରିଛି । କୋଭାକ୍ସିନକୁ ଆଇସିଏମଆର ଓ ଭାରତ ବାୟୋଟେକ୍ ମିଶି ବିକଶିତ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ୍ କରାଯାଇ ନାହିଁ । ଏହି କାରଣରୁ ଅନେକ ଦେଶ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ବିମାନ ଯାତ୍ରା ପାଇଁ ମଞ୍ଜୁରୀ ଦେଉନାହାନ୍ତି ।

 

Show More

Related Articles

Back to top button