ସ୍ୱାସ୍ଥ୍ୟ

ଯାତ୍ରା ସମୟରେ ଆପଣଙ୍କର ଗାଡ଼ିରେ ବାନ୍ତି ହେଉଛି କି : ଜାଣନ୍ତୁ ଏହାର ରାମବାଣ ଉପଚାର

ସାଧାରଣତଃ ଲୋକ ମାନଙ୍କର କାର କିମ୍ବା ବସ ଯାତ୍ରା ସମୟରେ ପେଟ ଘାଣ୍ଟି ହୋଇ ବାନ୍ତି ହୋଇଥାଏ l ପୁଣି ବେଳେବେଳେ ଦେଖାଯାଏ ଆପଣ ନିଜର ଯାତ୍ରା ସମ୍ପୂର୍ଣ୍ଣ କରି ସାରିବା ପରେ ମଧ୍ୟ ମୁଣ୍ଡ ବୁଲାଇ ହେବ ସହିତ ବ୍ୟସ୍ତ ଲାଗିଥାଏ l ଡାକ୍ତରୀ ଭାଷାରେ ଏହାକୁ ମୋସନ ସିକନେସ କୁହାଯାଏ

ଯଦି ଆପଣ ଯାତ୍ରା କରିବାକୁ ଏହି ସବୁ କାରଣକୁ ନେଇ ଭୟ କରୁଛନ୍ତି ତେବେ ବର୍ତ୍ତମାନ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ l

କଣ ପାଇଁ ଯାତ୍ରା ସମୟରେ ବାନ୍ତି ହୋଇଥାଏ –

ଯାତ୍ରା ସମୟରେ ବାନ୍ତି ହେବ କୌଣସି ରୋଗ ନୁହେଁ ଏହା ଏକ ଏପରି ସ୍ଥିତି ଯେତେବେଳେ ଆମର ମସ୍ତିଷ୍କର ଭିତରୁ କାନ ,ଆଖି ଓ ତ୍ୱଚାକୁ ଅଲଗା ଅଲଗା ସିଗ୍ନାଲ ମିଳିଥାଏ l ଯାହା ଦ୍ୱାରା ସେଣ୍ଟ୍ରାଲ ନର୍ଭସ ସିଷ୍ଟମ କନଫ୍ୟୁଜ ହୋଇଯାଇଥାଏ l ଯଦି ଆପଣ କିଛି ଜିନିଷକୁ ନେଇ ସାବଧାନ ରହିବେ ତେବେ ଏଥିରୁ ରକ୍ଷା ପାଇ ପାରିବେ l

* ଯାତ୍ରା ସମୟରେ ଯଦି ଆପଣଙ୍କର ବାନ୍ତି ସମସ୍ୟା ରହିଛି ତେବେ ଆପଣ କୌଣସି ବଡ଼ ବାହନର ପଛ ସିଟ୍ ରେ ବସିବେ ନାହିଁ l ପଛ ସିଟ୍ ରେ ବସିବା ଦ୍ୱାରା ଗାଡିର ଗତି ଅଧିକ ଅନୁଭୂତ ହୋଇଥାଏ l

* ବହି ପଢିବା ଉଚିତ ନୁହେଁ -ଯାତ୍ରା ସମୟରେ ଏପରି କଲେ ଆପଣଙ୍କ ମସ୍ତିଷ୍କକୁ ଭୁଲ ସନ୍ଦେଶ ମିଳିଥାଏ l

* ଯଦି ଆପଣ ଯାତ୍ରା ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଗାଡି ଚାଲିଲା ବେଳେ ଝରକା ଖୋଲି ବସାନ୍ତୁ ,ଯାହା ଦ୍ୱାରା ଆପଣଙ୍କୁ ବାହାରୁ ସତେଜ ପବନ ମିଳିବ l

* ଖାଲି ପେଟରେ କେବେବି ଯାତ୍ରା କିମ୍ବା କୌଣସି ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଏସିଡ଼ିଟି ହୋଇ ବାନ୍ତି ସମସ୍ୟା ଦେଖା ଯାଇଥାଏ l

ଯାତ୍ରା ସମୟରେ ବାନ୍ତି ଲାଗୁଥିଲେ ଏହି ଉପାୟ କରନ୍ତୁ -ଘରୁ ଗଲା ସମୟରେ ଗୋଟିଏ ଲେମ୍ବୁ ନେଇ ବସ୍ ରେ ଗଲା ବେଳେ ତାକୁ ଚୋପା ଛାଡ଼ି ସୁଙ୍ଗନ୍ତୁ l

ଲବଙ୍ଗକୁ ଭାଜି ସାଙ୍ଗରେ ରଖନ୍ତୁ ଯାତ୍ରା ସମୟରେ ସେଥିରୁ କିଛି ପାଟିରେ ପକାନ୍ତୁ l

ତୁଳସୀ ପତ୍ରକୁ ସାଙ୍ଗରେ ରଖିଥାନ୍ତୁ ବାନ୍ତି ଲାଗିବ ପୂର୍ବରୁ ସେଥିରୁ କିଛି ଚୋବାନ୍ତୁ l

Show More

Related Articles

Back to top button