ଦେଶ ବିଦେଶରାଜନୀତି

ବୁଧବାର ବସୁଛି କେନ୍ଦ୍ର କ୍ୟାବିନେଟ୍‌ର ଗରୁତ୍ବପୂର୍ଣ୍ଣ ବୈଠକ

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ହୋଇପାରେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ବୈଠକ ଦିନ ୧୧ଟାରୁ ଆରମ୍ଭ ହେବ । କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଚି । ଏହି କାରଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ସମସ୍ତଙ୍କ ନଜର ଏହି ବୈଠକ ଉପରେ ରହିଛି । ସୂତ୍ର ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ।୨୦୧୯ରେ ପୁଣି ଥରେ ଏନଡିଏ ସରକାର ଗଠନ ହେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇ ନାହିଁ । ଶିବସେନା ଏବଂ ଶିରୋମଣୀ ଅକାଳୀ ଦଳ ଏନଡିଏ ଛାଡିବା ଏବଂ ଏଲଜେପି କୋଟାରୁ ରାମ ବିଳାସ ପାଶୱାନଙ୍କ ପରଲୋକ ଯୋଗୁଁ ମନ୍ତ୍ରିମଣ୍ଡଳରେ ସ୍ଥାନ ଖାଲି ରହିଛି ।

ଏହି କାରଣରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଦାବି ହେଉଛି ।ନିକଟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ସରକାର ଏବଂ ନେତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବୈଠକ ହୋଇଥିଲା । ଯେଉଁଥିରେ ବର୍ତ୍ତମାନର ମନ୍ତ୍ରୀମାନଙ୍କର କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ନୂଆ ସଦସ୍ୟ ଚୟନ ଉପରେ ମଧ୍ୟ ବିଚାର କରାଯାଇଥିଲା । ସୂତ୍ର ଅନୁସାରେ ମନ୍ତ୍ରୀମଣ୍ଡଳରେ ଦୁଇଟି ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରଥମ ୨୦୨୨ରେ ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ । ଦ୍ବିତୀୟରେ ଏନଡିଏକୁ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଉଛି । କୁହାଯାଉଛି ଯେ, ଉତ୍ତରପ୍ରଦେଶରୁ ୩, ଉତ୍ତରାଖଣ୍ଡରୁ ଜଣେ, ଗୁଜୁରାଟରୁ ଜଣେ, ଗୋଆରୁ ଜଣେ, ହିମାଚଳ ପ୍ରଦେଶରୁ ଜଣେ ଏବଂ ପଞ୍ଜାବରୁ ଜଣେ ନୂଆ ସଦସ୍ୟଙ୍କୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିପାରେ ।

Show More

Related Articles

Back to top button