ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଭୀମସାରକୁ ପୁଣି ପଶିଲା ମହାମାରୀ, ରୋଗୀ ପଜିଟିଭ ଚିହ୍ନଟ ପରେ ଓ୍ୱାର୍ଡ ବିଶୋଧନ

ଗତ କିଛିଦିନର ବିରତି ପରେ ବୁର୍ଲା ଭୀମସାରକୁ ପୁଣି ଫେରିଛି କରୋନା ମହାମାରୀ । ଏଠାରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି

ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି ।ସଂକ୍ରମିତ ଚିହ୍ନଟ ରୋଗୀ ଜଣକ ହେଉଛନ୍ତି ବୌଦ୍ଧ କଣ୍ଟାମାଳର ୪୬ ବର୍ଷିୟ ଯୁବକ । ସୂଚନା ଅନୁଯାୟୀ ହୃଦ୍‌ରୋଗ ସମସ୍ୟା ଯୋଗୁଁ ଉକ୍ତ ଯୁବକ ଗତ ୨ ତାରିଖ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା । ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତଥାପି ସନ୍ଦେହ କରି ତାଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ପାଇଁ କହିଥିଲେ ଏବଂ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା ।

ରବିବାର ଅପରାହ୍ନ ସମୟରେ ତାଙ୍କ ଆର୍‌ଟି ପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଉକ୍ତ ରୋଗୀଙ୍କ ପାଖରେ ଯେଉଁ ଚାରିଜଣ ରୋଗୀ ରହିଥିଲେ ତାଙ୍କ ମଧ୍ୟ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଛି । କରୋନା ସନ୍ଦେହ ଥିବା ରୋଗୀଙ୍କୁ ରଖିବା ପାଇଁ କାର୍ଡିଓଲୋଜି ବିଭାଗରେ ଏକ ସ୍ୱତନ୍ତ୍ର ୱାର୍ଡ ରହିଛି । ଗତ ୫ ମାସ ପରେ ଭିମସାରର ୱାର୍ଡ ଭିତରେ କରୋନା ରୋଗୀ ହେବା ଘଟଣା ପରେ ଭୟର ବାତାବରଣ ସୃଷ୍ଟି କରିଛି ।

Show More

Related Articles

Back to top button