Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉ ତାଲିକାରେ ବ୍ରହ୍ମପୁର ସହର ତଥା ସହର ଉପକଣ୍ଠ ଅଞ୍ଚଳର ୧୦ ଜଣ ବହୁ ପରିଚିତ ଲୋକଙ୍କ ନାଁ ରହିଛି । ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ବଡ଼ କୁଶସ୍ଥଳୀର କମ୍ବୁପାଣି ସାହୁ, ହରେକୃଷ୍ଣ ସାହୁ, ନରେନ୍ଦ୍ରପୁରର ମଦନ ପାଣିଗ୍ରାହୀ, ସର୍ବେଶ୍ୱର ରାଓ, ସୂର୍ଯ୍ୟ ସାହୁ ଓ ପ୍ରଦୀପଙ୍କ ଡ୍ରାଇଭରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେଏହି ଚଢ଼ାଉ କରିଛି ଭିଜିଲାନ୍ସ ।

ପୂର୍ବରୁ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଡିସେମ୍ବର ୪ରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ, ମେ ୧୨ରେ ଜେଲରୁ ବାହାରିଥିଲେ ପ୍ରଦୀପ । ଏହି ମାମଲାରେ ପୂର୍ବତନ ଆଇଏଫ୍‌ଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ମଧ୍ୟ ଗିରଫ ହୋଇଥିଲେ । ଠକେଇ ନେଇ ଅଭୟକାନ୍ତ ପାଠକ, ତାଙ୍କ ପୁଅ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ କରିଥିଲା ଇଡି । ଏବେ ଯାଏଁ ଇଡି ୧୫ ଜଣଙ୍କୁ ଜେରା କରିଛି । ସେହିପରି ମାମଲାରେ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ଝିଅ ଓ ଭାବୀ ସମୁଦୀ ଅଭୟକାନ୍ତଙ୍କୁ ଇଡି ନୋଟିସ କରିଥିଲା ।

Show More

Related Articles

Back to top button