Breaking PLUSଦେଶବ୍ୟକ୍ତିତ୍ୱ

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଦେହାନ୍ତ

ଦେଶର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଦେହାନ୍ତ । ସେ ୬୭ ବର୍ଷ ବୟସରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଯକୃତ ସଂକ୍ରମଣ ହେତୁ ଦୁଆ କିଛି ଦିନ ପୂର୍ବେ ପରମାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ୫ ଦିନ ଧରି ତାଙ୍କୁ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

କରୋନା ସଂକ୍ରମଣ ହେତୁ ଚଳିତ ବର୍ଷ ଜୁନରେ ଦୁଆଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଦୁଆ କରୋନା ସହ ମଧ୍ୟ ଲଢ଼ିଥିଲେ ଏବଂ ସେବେଠାରୁ ତାଙ୍କ ଶରୀର ଅଧିକ ଦୁର୍ବଳ ହୋଇଯାଇଥିଲା । ସୂଚନାଯୋଗ୍ୟ, ବିନୋଦ ଦୁଆଙ୍କ ଦେହାନ୍ତରେ ଭାରତୀୟ ଟେଲିଭିଜନ ନ୍ୟୁଜ ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଦୁଆ ଦୂରଦର୍ଶନ ସହ ଏନଡିଟିଭି ଭଳି ଅନେକ ନ୍ୟୁଜ୍ ଚ୍ୟାନେଲରେ କାମ କରିଥିଲେ ଏବଂ ସାମ୍ବାଦିକତା କ୍ଷେତ୍ରରେ ଏକ ଚର୍ଚ୍ଚିତ ନାମ ଥିଲେ ।

ତାଙ୍କୁ ସାମ୍ବାଦିକତାର ମହାନ ସମ୍ମାନ ରାମନାଥ ଗୋଏଙ୍କା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୮ ରେ ତାଙ୍କୁ ସାମ୍ବାଦିକତା ପାଇଁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ଜୁନ୍ ୨୦୧୭ ରେ, ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଆଜୀବନ ସଫଳତା ପାଇଁ ତାଙ୍କୁ ମୁମ୍ବାଇ ପ୍ରେସ୍ କ୍ଲବ ଦ୍ୱାରା ରେଡଇଙ୍କ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Show More

Related Articles

Back to top button