ଦେଶ ବିଦେଶବାଣିଜ୍ୟ

ଖୁବ୍ ଶୀଘ୍ର ଟ୍ୱିଟରରେ ଆସିବ ନୂଆ ପରିବର୍ତ୍ତନ

କମ୍ପାନୀ ସାମିଲ କରିବାକୁ ଯାଉଛି ଦୁଇଟି ନୂଆ ଫିଚର୍ସ

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ୟୁଜର୍ସଙ୍କୁ ବନ୍ଧୁତ୍ୱପୂର୍ଣ୍ଣ କରିବା ପାଇଁ ଏଥିରେ ଏକ ନୂଆ ଫିଚର୍ସ ଯୋଡା ଯାଇଛି । ଏହାକୁ ନେଇ, କମ୍ପାନୀ ଏହି ପ୍ଲାଟଫର୍ମରେ ଦୁଇଟି ନୂଆ ଫିଚର୍ସ ସାମିଲ୍‌ କରିବାକୁ ଯାଉଛି । ପ୍ରଥମ ଫିଚର୍ସଟି ହେଉଛି ଡିସ୍‌ ଲାଇକ୍‌, ଯେଉଁଥିରେ ୟୁଜର୍ସମାନେ ନାପସନ୍ଦ କରିବାର ଆଇକନ୍‌ ଏହା ବ୍ୟତୀତ କମ୍ପାନୀ ଟ୍ୱିଟର ଅର୍ଥାତ୍ ପକ୍ଷୀମାନଙ୍କର ଲୋଗୋକୁ ଫେସ୍‌ଟିଭ୍‌ରେ ଓ ଅନ୍ୟ କିଛିର ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି । ଏହି ଦୁଇଟି ଫିଚର୍ସକୁ ନେଇ ଟେଷ୍ଟିଂ ଚାଲିଛି । ଶୀଘ୍ର ଏହି ସମସ୍ତଙ୍କ ପାଇଁ ଜାରି ହେବ । ତେବେ ଜାଣନ୍ତୁ ଏହି ଫିଚର୍ସ ଗୁଡିକରେ କ’ଣ ବିଶେଷ ହେବାକୁ ଯାଉଛି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀ ଗତ କିଛି ଦିନ ହେବ ରିଆକ୍ସନ ଫିଚର୍ସ ଉପରେ କାମ ଚାଲିଛି । ଏହାର ଟେଷ୍ଟିଙ୍ଗକୁ ନେଇ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଏହି ଫିଚର୍ସକୁ ନେଇ ୟୁଜର୍ସମାନଙ୍କୁ ୪ଟି ଅପ୍ସସନ୍ ଦିଆଯିବ । ପ୍ରଥମଟି ହେବ ଟିୟର୍ସ ଅଫ୍‌ ଜୟ , ଥିଙ୍କିଙ୍ଗ ଫେସ୍‌, କ୍ଲାପିଙ୍ଗ ହ୍ୟାଣ୍ଡସ୍ ଦେବା ଏବଂ କାନ୍ଦିବା ଚେହେରା ପରି ଏଭଳି କିଛି ରହିଛି ।

ଏସବୁ ଇମୋଜି ଫର୍ମାଟରେ ରହିବ। ଏହା ବ୍ୟତୀତ, ଏହାକୁ ନେଇ ଆଲୋଚନା ହେଉଛି ଯାହା ଟ୍ୱିଟର ମଧ୍ୟ ଡିସ୍‌ଲାଇକ୍‌ ବଟନ୍ ମଧ୍ୟ ଦେଇପାରେ । ଏହା ବ୍ୟତୀତ ଟ୍ୱିଟର ଏକ ନୁଆ ସୀଜନାଲ ଆଇକନ୍ ଉପରେ ମଧ୍ୟ କାମ କରୁଛି। ଏହା ସହ କମ୍ପାନୀ ଅଲଗା ଅଲଗା ସିଜନ୍‌ରେ କମ୍ପାନୀ ଆଇକନ୍ ପରିବର୍ତ୍ତନ କରାଯିବ । ଏହାକୁ ନେଇ ଅନେକ ଆଇକନ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ଆଇକନ୍ ଗୁଡିକ ନୂଆ- ବର୍ଷ କିମ୍ବା ଖ୍ରୀଷ୍ଟମାସ ଏବଂ ଅନ୍ୟାନ୍ୟ ବିଶେଷ ଦିନରେ ପରିବର୍ତ୍ତନ ହେବ । ଏଥିପାଇଁ ଆଇକନ୍ ଗୁଡିକ ପ୍ରସ୍ତୁତ କରାଯିବା ସହ ମଧ୍ୟ ବହୁତ ପରିବର୍ତ୍ତନ ଅଣାଯାଇଛି । ଟ୍ବିଟରର ବିଭିନ୍ନ ଥିମ୍ ଏବଂ ରଙ୍ଗ ବ୍ୟତୀତ ବ୍ୟାକ୍‌ଗ୍ରାଉଣ୍ଡ ଉପରେ ମଧ୍ୟ କରିବା ପାଇଁ ନୂଆ କରିବାରେ ପ୍ରୟାସ କରାଯାଉଛି ।

Show More

Related Articles

Back to top button