ଦେଶ ବିଦେଶବାଣିଜ୍ୟ

ଖୁବ୍‌ଶୀଘ୍ର ଭାରତରେ ଆରମ୍ଭ ହେବ ୫ଜି ଆଇଫୋନ୍‌ ଉତ୍ପାଦନ

ବିଶ୍ୱର ସର୍ବବୃହତ୍‌ ଏବଂ ଦାମୀ ଆଇଫୋନ୍‌ ନିର୍ମାଣକାରୀ ସଂସ୍ଥା ଆପଲ୍‌ ଏବେ ଭାରତରେ ଏହାର ଉତ୍ପାଦନ ଆରମ୍ଭ କରିବାକୁ ଘୋଷଣା କରିଛି

ଖୁବ୍‌ଶିଘ୍ର ଆଇଫୋନ୍‌ ୧୨ର ରିଟେଲ୍‌ ପ୍ୟାକିଙ୍ଗ୍‌ରେ ଏହା ମେଡ୍‌ ଇନ୍‌ ଇଣ୍ଡିଆର ବ୍ରାଣ୍ଡିଂ ଲଗାଇବାକୁ ଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।ଭାରତରେ ଆପଲ୍‌ କମ୍ପାନୀ ଗତବର୍ଷ ଅକ୍ଟୋବର ମାସରେ ଆଇଫୋନ୍‌ ୧୨ ପ୍ରୋ, ଆଇଫୋନ୍‌ ୧୨ ପ୍ରୋ ମାକ୍ସ ଏବଂ ଆଇଫୋନ୍‌ ୧୨ ମିନି ଭଳି ୪ଟି ରେଞ୍ଜ୍‌ର ଆଇଫୋନ୍‌ ଲଞ୍ଚ କରିଥିଲା ।

ବର୍ତ୍ତମାନ ଏହା ୫ଜି ସପୋର୍ଟିଂ ଆଇଫୋନ୍‌ ୧୨ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି ।ପୂର୍ବରୁ ଭାରତରେ ପ୍ରସ୍ତୁତ କରାଯାଇଥିବା ଆଇଫୋନ୍‌ ଏସ୍‌ଇ, ଆଇଫୋନ୍‌ ଏକ୍ସଆର୍‌, ଆଇଫୋନ୍‌ ଏସ୍‌ଇ୨୦୨୦ ଏବଂ ଆଇଫୋନ୍‌ ୧୧ ପରେ ଏହା କମ୍ପାନୀର ପଞ୍ଚମ ସଂସ୍କରଣ ଭାବେ ଭାରତରେ ଉତ୍ପାଦନ ହେବ । ଏହା ଚଳିତ ବର୍ଷ ଅଗଷ୍ଟ ମାସ ଭିତରେ ଲଞ୍ଚ ହେବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button