ଜୀବନଚର୍ଯ୍ୟା

ବାସ୍ତୁଶାସ୍ତ୍ରରେ ପୂର୍ବ ଦିଗର ମହତ୍ୱ, ଧନ ଓ ବଂଶ ବୃଦ୍ଧି ହୋଇଥାଏ

ରଖନ୍ତୁ ଏହିସବୁ କଥା ପ୍ରତି ବିଶେଷ ଧ୍ୟାନ

ବାସ୍ତୁଶାସ୍ତ୍ର ଅନୁସାରେ ଦିଗ ମାନଙ୍କର ବିଶେଷ ମହତ୍ୱ ଏବଂ ବ୍ୟକ୍ତିର ଜୀବନ ସହିତ ଦୃଢ ସମ୍ପର୍କ ରହିଛି ଘରେ ଯେ କୌଣସି ବସ୍ତୁର ଭୁଲ ଦିଗରେ ପ୍ରତିଷ୍ଠା ହେବ ଦ୍ୱାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ l ଯଦି ଘର ତିଆରି ଓ ବସ୍ତୁ ମାନଙ୍କର ଠିକରେ ରଖା ନଯାଇଥାଏ ତେବେ ଘରେ ସୁଖ ଶାନ୍ତି ଓ ସମୃଧି ମିଳି ନଥାଏ l ତା ସହିତ ଅନେକ ପ୍ରକାରର ଅସୁବିଧା ଦେଖା ଦେଇଥାଏ l ତେଣୁ ଏହା ଜାଣିବା ଜରୁରୀ ଅଟେ ଯେ ଘର ତିଆରି କରିବା ପୂର୍ବରୁ ଏହାର ଦିଗକୁ ଠିକରେ ଜାଣିବା ସହିତ ଘରର କେଉଁ ସ୍ଥାନରେ କଣ ରଖାଯିବ ତାର ବିଶେଷ ଧ୍ୟାନ ରଖିବା ଉଚିତ l ଯାହା ଦ୍ୱାରା ଘର ଓ ପରିବାର ସୁଖ ଓ ଶାନ୍ତି ରେ ରହିବେ l

ଆସନ୍ତୁ ଆଜି ଜାଣିବା ପୂର୍ବ ଦିଗର ମହତ୍ୱ –

* ପୂର୍ବ ଦିଗର ପ୍ରତିନିଧି ସୂର୍ଯ୍ୟ ଦେବତା ଅଟନ୍ତି ସେ ପ୍ରତିଦିନ ପୂର୍ବ ଦିଗରେ ଉଦୟ ହୋଇ ଥାନ୍ତି l ଏହି ଦିଗ ଶୁଭାରମ୍ଭର ଦିଗ ଅଟେ l ଘରର ମୁଖ୍ୟ ଦ୍ୱାର ଏହି ଦିଗକୁ ରହିବା ଆବଶ୍ୟକ l

* ଏହା ପଛରେ ଦୁଇଟି ତର୍କ ରହିଛି ପ୍ରଥମଟି ହେଲା – ଏହି ଦିଗର ଦେବତା ସୂର୍ଯ୍ୟଙ୍କୁ ସମସ୍ତେ ସମ୍ମାନ ଦେବା ସହିତ ପୂଜା କରି ଥାନ୍ତି ଦୁତୀୟ ତର୍କଟି ହେଲା ବୈଜ୍ଞାନିକ କାରଣରୁ ପୂର୍ବ ଦିଗକୁ ମୁଖ୍ୟ ଦ୍ୱାର ରହିବ ଦ୍ୱାରା ସୂର୍ଯ୍ୟଙ୍କ କିରଣ ପଡିବା ବେଳକୁ ଘର ଭିତରକୁ ଭିଟାମିନ-ଡି ର ଶକ୍ତି ଆସିଥାଏ ଯାହା ଶରୀରକୁ ଫୁର୍ତି ଯୋଗାଇ ଥାଏ l

* ସକାଳର ସୂର୍ଯ୍ୟର ଅତି ବାଇଗଣୀ କିରଣ ରାତ୍ରି ସମୟରେ ଉତ୍ପନ ହେଉଥିବା ସୁକ୍ମ ଜୀବାଣୁକୁ ନଷ୍ଟ କରି ଘରକୁ ଉର୍ଜାବାନ୍ ରଖିଥାଏ l

* ଘରର ପୂର୍ବ ଦିଗରେ ଯଦି ଅଧିକ ଖାଲୀ ସ୍ଥାନ ରହିଛି ତେବେ ଧନ ବୃଦ୍ଧି ହୋଇଥାଏ l

* ଘରର ପୂର୍ବଦିଗର ପାଚିରୀ ଯେତେ କମ ଉଚ୍ଚ ହେବ ସେତେ ଭଲ ଅଟେ l କାରଣ ଏହା ଘର ମାଲିଙ୍କକର ଯଶ ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ l ଏହି ପରି ସ୍ଥଳରେ ଘରେ ରହୁଥିବା ଲୋକ ମାନଙ୍କର ଆୟୁ ଓ ଆରୋଗ୍ୟ ଦୁଇଟି ଜିନିଷ ବୃଦ୍ଧି ହୋଇଥାଏ l

* ପୂର୍ବ ଦିଗରେ ଯଦି କୂଅ କିମ୍ବା ପାଣିଟାଙ୍କି ରହିଛି ତେବେ ଏହା ଶୁଭ ଫଳ ଦେଇଥାଏ l

* ପୂର୍ବ ଦିଗରେ ନିୟମିତ ମୁଖ୍ୟ ଦ୍ୱାର କିମ୍ବା ଅନ୍ୟ ଦ୍ୱାର ରହିଥାଏ ତେବେ ଦରିଦ୍ରତା ନିର୍ଧନତା ଦୁରେଇ ଯାଇଥାଏ କିନ୍ତୁ ବିଶେଷତଃ ମୁଖ୍ୟ ଦ୍ୱାର ରହିବ ଆବଶ୍ୟକ l

Show More

Related Articles

Back to top button