ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢିଲା ଟିକାକରଣ କେନ୍ଦ୍ର

ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଥିବାବେଳେ ବର୍ତ୍ତମାନ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକେନ୍ଦ୍ର ସଂଖ୍ୟା ବଢ଼ାଇଛନ୍ତି । ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ଅଧିକ ୧୭୪ଟି ଟିକାକେନ୍ଦ୍ର ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ୧୬ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା ଏବେ ଏହି ସଂଖ୍ୟା ବଢ଼ିବା ସହ ୧୭୭୪ ଟିକାକେନ୍ଦ୍ର ଚାଲିଛି । ଦୈନିକ ୪ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ । ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଫୋକସ କରୁଛନ୍ତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨କୋଟି ୮୩ଲକ୍ଷ ୨୯ ହଜାର ୩୯୬ଡୋଜ ଟିକାକରଣ ହୋଇଥିବା ବେଳେ ପ୍ରଥମ ଡୋଜ ନେଇଛନ୍ତି ୨୦୭୯୫୫୧୪ ଓ ଦ୍ବିତୀୟ ଡୋଜ ୭୫୩୩୮୮୨ । ଏଯାଏଁ ୧୬୦୭୭୫ ଗର୍ଭବତୀ ମହିଳା ଟିକା ନେଇ ସାରିଥିବା ସହ ଏବେ ୨୦ଲକ୍ଷ ୫୧ହଜାର ୬ଶହ ଟିକା ଗଚ୍ଛିତ ଅଛି । ସେଥିରୁ ୧୮ଲକ୍ଷ ୬୭ ହଜାର ୪୭୦ କୋଭିସିଲଡ ଏବଂ ୧ ଲକ୍ଷ ୮୪ ହଜାର ୧୩୦ କୋଭାକ୍ସିନ ଟିକା ଗଚ୍ଛିତ ଅଛି ।

Show More

Related Articles

Back to top button