Breaking PLUSଓଡ଼ିଶା

ରାଜ୍ୟରେ ଆଜି ଏକ କୋଟି ଛୁଇଁବ ଦୁଇଟି ଡୋଜ୍ ଟିକାକରଣ

ଆଜି ସନ୍ଧ୍ୟା ସୁଦ୍ଧା ଏକ କୋଟି ରାଜ୍ୟବାସୀଙ୍କ ଡବଲ୍ ଡୋଜ୍ ଟିକାକରଣ ସମ୍ପୂର୍ଣ୍ଣ ହେବ । ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି । ପ୍ରଥମ ଡୋଜ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଥିବା ବେଳେ ଉଭୟ ଡୋଜ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ ନେଇଛନ୍ତି । ସେହିପରି ପ୍ରାୟ ୩୨ ପ୍ରତିଶତ ଲୋକ ଉଭୟ ଡୋଜ ନେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ରହିଛି । ୨ୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ରହିଛନ୍ତି । ଜିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ତେବେ ଯେଉଁମାନେ ୨ୟ ଡୋଜ ଟିକା ନେଇନାହାନ୍ତି ବାରମ୍ବାର ମେସେଜ ଯାଉଛି, ଫୋନ କରାଯାଇଛି । ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ସଂକ୍ରମଣ ହୋଇଛି । ୨ୟ ଡୋଜ୍ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମଧ୍ୟ ମିଳୁଛି ।

Show More

Related Articles

Back to top button