ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ, ଗିରଫ ହେଲା ଟ୍ରକ ଡ୍ରାଇଭର

ମୁମ୍ବାଇ: ବାହ ହେବାକୁ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ଏହି ପ୍ରତିଶ୍ରୁତି ପାଇ ମହିଳା ଜଣଙ୍କ ବି ନିଜକୁ ସମର୍ପଣ କରି ଦେଇଥିଲେ। ହେଲେ ଧୋକା ମିଳିବାରୁ ଏବେ ମହିଳା ଜଣଙ୍କ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଜଣେ ଟ୍ରାକ ଡ୍ରାଇଭରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

ଅଭିଯୁକ୍ତ ୨୮ ବର୍ଷୀୟ ଟ୍ରକ ଡ୍ରାଇଭରର ଘର ରାଜସ୍ଥାନରେ ହୋଇଥିବା ବେଳେ ସେ ମୁମ୍ବାଇରେ ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଛି। ମୁମ୍ବାଇର ୱର୍ଲିରେ ରହୁଥିବା ଉକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ୍‌ ଗୁଜରାଟର ବାହରୁଚରୁ ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି।

ପୁଲିସ କହିଛି ଯେ ଅଭିଯୁକ୍ତ ଓ ପୀଡ଼ିତା ଗତବର୍ଷ ମାର୍ଚ୍ଚ ମାସରୁ ପରସ୍ପରର ସମ୍ପର୍କରେ ରହିଥିଲେ। ଗୋଟିଏ ଡେଟିଂ ଆପ୍‌ରେ ଉଭୟଙ୍କ ଦେଖା ହୋଇଥିଲା। ଡେଟିଂ ଆପ୍‌ରୁ ସୃଷ୍ଟି ହୋଇଥିବା ସମ୍ପର୍କ ଶେଷରେ ଅତ୍ୟନ୍ତ ନିବିଡ଼ ହୋଇଥିଲା। ଟ୍ରକ ଡ୍ରାଇଭର ଜଣଙ୍କ ମଧ୍ୟ ଦୁଇ ଥର ମୁମ୍ବାଇ ଆସି ଏହି ମହିଳାଙ୍କୁ ଦେଖା କରିଥିଲେ।

ଏଥିସହ ୱର୍ଲିର ଗୋଟିଏ ଗେଷ୍ଟ ହାଉସରେ ଦୁଇ ଜଣ ଏକାଠି ରହିଥିଲେ। ଗେଷ୍ଟ ହାଉସରେ ଡ୍ରାଇଭର ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ ୨୭ ବର୍ଷୀୟ ମହିଳା ଜଣଙ୍କ ଗର୍ଭବତୀ ହେବା ସହ ମେ’ ମାସରେ ନିଜ ସନ୍ତାନଙ୍କୁ ଜନ୍ମ ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସିଓନ ହସ୍ପିଟାଲରେ ମହିଳା ଜଣଙ୍କ ନିଜର ପ୍ରସବ କରାଇବା ପରେ ଡାକ୍ତରମାନେ ପିଲାର ବାପାଙ୍କ ସମ୍ପର୍କରେ ପଚାରି ଥିଲେ। ହେଲେ ମହିଳା ଜଣଙ୍କ କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ହସ୍ପିଟାଲ ଡାକ୍ତର ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ହିଁ ପୁଲିସ୍‌ ନିକଟରେ ମହିଳା ଜଣଙ୍କ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ।

ପୁଲିସ୍‌କୁ ସେ କହିଛନ୍ତି ଯେ, ବାହା ହେବାକୁ ପ୍ରତିଶ୍ରୁତି ଦେଇ ଟ୍ରକ ଡ୍ରାଇଭର ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ହେଲେ ସେ ଗର୍ଭବତୀ ହେବାପରେ ଡ୍ରାଇଭର ଜଣକ ଆଉ ଧରା ଛୁଆଁ ଦେଇ ନଥିଲା। ଫୋନ କଲେ ମଧ୍ୟ ସେ କୌଣସି ପ୍ରକାରର ଉତ୍ତର ଦେଉ ନଥିବା ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏହାକୁ ଆଧାର କରି ପ୍ରଥମେ ଅଭିଯୁକ୍ତକୁ ଧରିବା ପାଇଁ ଗୋଟିଏ ଟିମ୍‌ ଭାପିକୁ ପଠାଇଥିଲା। ହେଲେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତା’କୁ ଗୁଜରାଟର ବାହରୁଚର ଗୋଟିଏ ଢାବାରୁ ଗିରଫ କରାଯାଇଛି।

Show More

Related Articles

Back to top button