ଖେଳଦେଶ ବିଦେଶ

ଟୋକିଓ ଟ୍ରାକ୍‌ରେ ଦୂତି ଚାନ୍ଦ

କରୁଛନ୍ତି ଜୋରଦାର ଅଭ୍ୟାସ

ଟୋକିଓରେ ଓଡ଼ିଶାର ଟେକ ରଖିବା ପାଇଁ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଜୋରଦାର ଅଭ୍ୟାସ । ଟ୍ରାକରେ ନିଜକୁ ପ୍ରସ୍ତୁତ କରୁଛନ୍ତି ଦୂତି । ଟ୍ରାକରେ ଦୂତି ଅଭ୍ୟାସ କରୁଥିବା ବେଳର ଭିଜୁଆଲ ଆସିଛି । ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ଅଭ୍ୟାସ ଚଳାଇଛନ୍ତି ।

ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି । ୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ । ଦୂତିଙ୍କ ହାତରେ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଛି । ଏହା ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ଦୂତି ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଂଚିତ ହୋଇଥିବା ଦୂତି ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ଆଶାବାଦୀ ଅଛନ୍ତି ।

Show More

Related Articles

Back to top button