ଖେଳଦେଶ ବିଦେଶମୁଖ୍ୟ ଖବର

ପଦକ ଆଡକୁ ଅଗ୍ରସର ହେଲେ ପିଭି ସିନ୍ଧୁ

ତୀରନ୍ଦାଜରେ ନିରାଶ କଲେ ତରୁଣଦୀପ

ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି । ଫଳରେ ସିନ୍ଧୁଙ୍କଠାରୁ ପଦକ ଆଶା କରିଛି ଭାରତ ।

ସେପଟେ ତୀରନ୍ଦାଜରେ ଭାରତ ଆଉ ଏକ ନିରାଶା ପାଇଛି । ଭାରତର ତରୁଣଦୀପ ରୟ ରାଉଣ୍ଡ ଅପ ୩୨ରୁ ବାହାରି ଯାଇଛନ୍ତି । ଇଟାଲୀ ଖେଳାଳିଙ୍କ ହାତରେ ତରୁଣଦୀପ ରୟଙ୍କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ତେବେ ତରୁଣଦୀପ ସକାଳେ ତାଙ୍କର ପ୍ରଥମ ମ୍ୟାଚ୍ ଜିତିଥିଲେ । କିନ୍ତୁ ତରୁଣଦୀପ ରୟ ତାଙ୍କର ବିଜୟ ଧାରା ଜାରି ରଖିପାରିନଥିଲେ ।

Show More

Related Articles

Back to top button