Breaking PLUS

ଶହେ ଟପିଲା ଟମାଟୋ ଦର

ପେଟ୍ରୋଲ,ଡିଜେଲ, ଇନ୍ଧନ ଗ୍ୟାସ ପରେ ଏବେ ଟମାଟୋ ଓ ପିଆଜର ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍‌ ଅନୁସାରେ ଟମାଟୋର ମୂଲ୍ୟ ୧୧୦.୫ ରହିଛି । ସୂଚନାନୁସାରେ, ପାଞ୍ଚ ଦିନ ପୂର୍ବରୁ ଏକ କିଲୋଗ୍ରାମ ଟମାଟୋର ଦର ମାତ୍ର ୩୯ଟଙ୍କା ଥିଲା । ସେହିପରି ପିଆଜର ମୂଲ୍ୟ ମଧ୍ୟ ୫ପ୍ରତିଶତ ବଢ଼ି ୪୦.୧୫ଟଙ୍କା ହୋଇଛି । ତେବେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଦେଉଥିବାରୁ ଏହାର ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

Show More

Related Articles

Back to top button