Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ

ପାଖେଇ ଆସୁଛି ଦଶହରା । ହେଲେ ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦର କିଛି ନିଷ୍କର୍ଷ ବାହାରି ପାରୁନି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ଏହା ପ୍ରତିବାଦରେ ବିଜେପି ଗତ ସୋମବାର କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି ।

ମୂର୍ତ୍ତି ଉଚ୍ଚତା ବଢ଼ାଇବା ଦାବିରେ ଆଜି କଟକ ନଗର କଂଗ୍ରେସ ଓ କଟକର ଏକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ ହେଉଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଉନ ପ୍ରତିବାଦରେ ସାମିଲ ହୋଇଛନ୍ତି । ସେପଟେ ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଂଚ କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ।

ଏନେଇ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ସରକାର ନିଜ ନିଷ୍ପତ୍ତିର ପୁନଃବିଚାର କରନ୍ତୁ । ଲକ୍ଷ ଲକ୍ଷ ଲୋକଙ୍କ ଭାଗାବେଗ ସହ ଜଡ଼ିତ ରହିଛି କଟକ ଦୁର୍ଗା ପୂଜା । ତେଣୁ ପୂର୍ବ ପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ସହ ପୂଜା ନେଇ ଲାଗୁ କରିଥିବା କଟକଣା ହଟାଇବାକୁ ସରକାରଙ୍କ ନିକଟରେ ଦାବି କରୁଛୁ ।

ଏଥିସହ ସେ କହିଛନ୍ତି, ଦୁର୍ଗା ପୂଜା କଟକବାସୀଙ୍କ ପରମ୍ପରା ସହ ଶହ ଶହ ବର୍ଷ ହେଲା ଜଡ଼ିତ ଅଛି । ତେଣୁ ସରକାର କୋଭିଡ ନିୟମରେ ମୂର୍ତ୍ତିର ଉଚ୍ଚତା ସହ ପୂନାବୟବ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଅନ୍ତୁ । ଏଥିସହ ଯେପରି ପୂଜା ହେବା କଥା ସେପରି ଅନୁମତି ପ୍ରଦାନ କରନ୍ତୁ । ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଊଛି । ହେଲେ ଦୋମୁହାଁ ନୀତି ଆପଣାଉଥିବା ବିଜେଡି କଟକବାସୀଙ୍କ ଭାଗାବେଗକୁ ବୁଝିବାକୁ ପ୍ରସ୍ତୁତ ନାହାଁନ୍ତି ।

Show More

Related Articles

Back to top button