ଓଡ଼ିଶାଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଆଜି ପବିତ୍ର କାର୍ତ୍ତକ ପୂର୍ଣ୍ଣିମାରେ ସୁନାବେଶରେ ଦଶର୍ନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଆଜି ପବିତ୍ର କାର୍ତ୍ତକ ପୂର୍ଣ୍ଣିମା ଅବସରରେ  ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି। ସଅଳ ନୀତି ଯୋଗୁଁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଇଛି। ରାତି ୧୨ଟା ୧୫ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତି, ଅବକାଶ ଓ ମଇଲମ ଆଦି ନୀତି କରାଯାଇଥିଲା।  ପରେ ବିଳମ୍ବିତ ରାତି ଅର୍ଥାତ ୨ଟା ୫୦ରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ କରାଯାଇଥିଲା।  ଭୋର ୪ଟା ୩୫ରେ ଭୋଗ ମଣ୍ଡପ ଅନୁଷ୍ଠିତ ହୋଇଥିଲା।  ତେବେ ଏହା ୫ଟା ୪୦ରେ ଶେଷ ପରେ ଭକ୍ତ ମାନେ ଶ୍ରୀଜିଉଙ୍କୁ ସୁନା ବେଶରେ ଦର୍ଶନ କରୁଛନ୍ତି।

Show More

Related Articles

Back to top button