
ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଚି କରିବା ଲାଗି ପ୍ରତିବର୍ଷ ୨୫ ଏପ୍ରିଲ୍ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ । ବିଶ୍ୱସ୍ତରରେ ୧୦୬ଟି ଦେଶରେ ୩.୩ ବିଲିୟନ ଲୋକ ମ୍ୟାଲେରିଆ ଯୋଗୁ ସଙ୍କଟରେ ରହିଛନ୍ତି। ୨୦୧୨ରେ ମ୍ୟାଲେରିଆରେ ପ୍ରାୟ ୬,୨୭,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟତଃ ଆଫ୍ରିକୀୟ ଦେଶରେ ଏହାଯୋଗୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଏସିଆ, ଲାଟିନ୍ ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର କିଛି ଅଂଶ ମଧ୍ୟ ମ୍ୟାଲେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ।
ନିକଟ ଅତୀତରେ ପ୍ରକାଶିତ ବିଶ୍ୱ ମାଲେରିଆ ରିପୋର୍ଟ ଅନୁସାରେ ୨୦୧୫ ମସିହାରେ ବିଶ୍ୱ ସ୍ତରରେ ୪୨୯୦୦୦ ମ୍ୟାଲେରିଆ ଜନିତ ମୃତ୍ୟୁ ସହିତ ୨୧୨ ମିଲିୟନ ନୂତନ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୦ ମସିହାରୁ ୨୦୧୫ ମସିହା ମଧ୍ୟରେ ମ୍ୟାଲେରିଆ ରୋଗ ସଂକ୍ରମଣ କ୍ଷେତ୍ରରେ ଶତକଡା ୨୧ ଭାଗ ହ୍ରାସ ଏବଂ ମ୍ୟାଲେରିଆ ଜନିତ ମୃତ୍ୟୁରେ 29 ଶତକଡା ହ୍ରାସ ପରିଲକ୍ଷିତ ହୋଇଛି ।
ପ୍ରଥମେ ୨୦୦୧ ଏପ୍ରିଲ ୨୫ରେ ଆଫ୍ରିକା ମ୍ୟାଲେରିଆ ଦିବସ ପାଳନ ଆରମ୍ଭ ହୋଇଥିଲା। କିଭଳି ମ୍ୟାଲେରିଆଠାରୁ ଦୂରେଇ ରହିହେବ, ସେ ନେଇ ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱରେ ଲୋକଙ୍କୁ ସଚେତନ କରାଯାଇଥାଏ।